ଦିଲ୍ଲୀର ବିଷାକ୍ତ ବାୟୁକୁ ଶୋଷିବ ଟାୱର : ଦିଲ୍ଲୀ ବଜାରରେ ଲାଗିଲା ପ୍ରଥମ ସ୍ମଗ୍ ଟାୱାର୍ ।

278

ରାଜଧାନୀ ଦିଲ୍ଲୀରେ ଲଗାତାର ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବାକୁ ଲାଗିଛି । ବଢୁଥିବା ପ୍ରଦୂଷଣକୁ ରୋକିବା ପାଇଁ ସ୍ମଗ୍ ଟାୱର ଲଗାଇବା କାମ ଆରମ୍ଭ ହୋଇଯାଇଛି । ଦିଲ୍ଲୀରେ ପ୍ରଥମ ସ୍ମଗ୍ ଟାୱର ଲାଜପତ ନଗର ସେଣ୍ଟ୍ରାଲ୍ ମାର୍କେଟରେ ଲଗାଯାଇଛି । ‘ଫ୍ରେଞ୍ଚ ମେଡ୍ ଶୁଦ୍ଧ’ ନାମକ ଏହି ଏୟାର ପ୍ୟୁରିଫାୟର ୭୫୦ ମିଟର ଦୂରରେ ପବନକୁ ଶୁଦ୍ଧ କରିପାରିବ । ସ୍ମଗ୍ ଫ୍ରି ଟାୱର ଲାଗିବା ଫଳରେ ଅଢେଇ ଲକ୍ଷରୁ ୬ ଲକ୍ଷ କ୍ୟୁବିକ୍ ମିଟର ବାୟୁ ପ୍ରତିଦିନ ଶୁଦ୍ଧ କରାଯାଇପାରିବ । ସ୍ମଗ୍ ଟାୱରରେ ପ୍ରତି ମାସରେ ୩୦ ହଜାର ଟଙ୍କା ଖର୍ଚ୍ଚ ହେବ, ଯାହାକୁ ମାର୍କେଟ୍ ଆସୋସିଏସନ୍ ବହନ କରିବ ।

ସ୍ମଗ୍ ଟାୱରର ଉଚ୍ଚତା ୨୦ ଫୁଟ୍ । ଏହି ଟାୱର ୫୦୦-୭୫୦ ମିଟର ଏରିଆରେ ପ୍ରତିଦିନ ୨୫୦୦୦୦ ରୁ ୬୦୦୦୦୦ କ୍ୟୁବିକ୍ ମିଟର ବାୟୁକୁ ସଫା କରିବ । ଟାୱର ୨ ଘଣ୍ଟା ଭିତରେ ବାୟୁକୁ ସଫା କରି ଏଫଆଇ ୫୦ ରୁ ଉପରକୁ ଯିବାକୁ ଦେବନି । ପୂର୍ବରୁ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ସ୍ମଗ୍ ଟାୱର ଭଳି ବିକଳ୍ପ ସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦିପାବଳୀ ପରଠୁ ଦିଲ୍ଲୀରେ ବାୟୁ ଅତ୍ୟନ୍ତ ଖରାପ ହେବାରେ ଲାଗିଛି । ରାଜଧାନୀର ପବନ ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଅନୁସାରେ, ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରୁ ୬ସହର ଭାରତର । ଯେଉଁଥିରେ ଦିଲ୍ଲୀ ଏହି ତାଲିକାରେ ସବୁଠାରୁ ଆଗରେ ରହିଛି ।