କନକ ବ୍ୟୁରୋ: ଦିଲ୍ଲୀ ରୋହିଣୀ କୋର୍ଟରେ ଗୁଳିକାଣ୍ଡକୁ ନେଇ ଉତ୍ତେଜନା ବଢିବାରେ ଲାଗିଛି । କୋର୍ଟର ସୁରକ୍ଷା ବ୍ୟବସ୍ଥାକୁ ନେଇ ଦିଲ୍ଲୀ ବାର୍ ଆସୋସିଏସନ୍ ପକ୍ଷରୁ କଡା ନିନ୍ଦା କରାଯାଉଛି । ଫଳରେ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଛି । କ୍ରାଇମବ୍ରାଞ୍ଚ ଘଟଣାରେ ତଦନ୍ତ ଆରମ୍ଭ କରି ରୋହିଣୀ କୋର୍ଟରେ ପହଁଚିଛି । ସେପଟେ ଦିଲ୍ଲୀ ଜିଲ୍ଲା ଅଦାଲତର ଓକିଲ ମାନେ ଧାରଣା ଦେବା ସହ କୋର୍ଟର କୌଣସି ପ୍ରକାରର କାମରେ ସାମିଲ ହୋଇ ନାହାଁନ୍ତି । ବିଭିନ୍ନ କୋର୍ଟ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି । ଦିଲ୍ଲୀ ତିସ ହଜାରି କୋର୍ଟରେ ପ୍ରବେଶ ସମୟରେ ମେଟାଲ ଡିଟେକ୍ଟରରେ ଚେକିଙ୍ଗ କରାଯିବା ସହ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି ।
ଶୁକ୍ରବାର କୁଖ୍ୟାତ ଅପରାଧି ଜିତେନ୍ଦ୍ର ଓରଫ ଗୋଗିକୁ ଶୁଣାଣି ଥିବାରୁ ତାକୁ କୋର୍ଟ ଅଣାଯାଇଥିଲା । ଦ୍ୱିପହର ପ୍ରାୟ ୧.୩୦ ସମୟେରେ ଜଜଙ୍କ ଉପସ୍ଥିତରେ ମାମଲାର ଶୁଣାଣି ଚାଲିଥିଲା । ଠିକ ସେହି ସମୟରେ ୨ ଜଣ ପେସାଦାର ଅପରାଧୀ ଓକିଲ ବେଶରେ କୋର୍ଟରେ ପ୍ରବେଶ କରିଥିଲେ । କେହି କିଛି ବୁଝିବା ପୁର୍ବରୁ ଆଖିବୁଜା ଗୁଳିଚାଳନା କରିଥିଲେ । ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ୪୫ ରୁ ୫୦ ରାଉଣ୍ଡ ଗୁଳି ଫୁଟିଥିଲା । ଏଥିରେ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟାର ଜିତେନ୍ଦ୍ରର ମୃତ୍ୟୁ ହେବା ସହ ଗୁଳିକାଣ୍ଡ ଭିଆଇଥିବା ୨ ଅପରାଧୀ ମଧ୍ୟ ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ ।
ଦିଲ୍ଲୀ ରୋହିଣୀ କୋର୍ଟରେ ଏଭଳି ଘଟଣା ଘଟିବା କିଛି ନୂଆ କଥା ନୁହେଁ । ୨୦୧୭ ମସିହାରେ ଗ୍ୟାଙ୍ଗୱାରରେ ଆଉ ଜଣେ ଗ୍ୟାଙ୍ଗଷ୍ଟାର ରାଜେଶର ହତ୍ୟା ମଧ୍ୟ କୋର୍ଟ ପରିସରରେ କରାଯାଇଥିଲା । ତେବେ ଦେଖିବାକୁ ବାକି ରହିଲା ସରକାର ଏ ଦିଗରେ କେତେ ଶୀଘ୍ର ପଦକ୍ଷେପ ନେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/vlcsnap-2021-09-25-21h42m52s144.png)