ଦିଲ୍ଲୀର ରୋହିଣୀ କୋର୍ଟ ଭିତରେ ଗ୍ୟାଙ୍ଗୱାର, ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ସହିତ ୪ ମୃତ

101

କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଦିଲ୍ଲୀର ରୋହିଣୀ କୋର୍ଟ ପରିସରରେ ଗ୍ୟାଙ୍ଗୱାର ଘଟି ୪ ଜଣଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ମଧ୍ୟାହ୍ନରେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଓରଫ ଗୋଗିକୁ କୋର୍ଟ ପରିସରରେ ଗୁଳିକରି ହତ୍ୟା କରାଯାଇଛି । ଏହାପରେ କୋର୍ଟ ପରିସରରେ ଉଭୟ ପକ୍ଷରୁ ଗୁଳି ବର୍ଷା ହୋଇଥିଲା । ଏଥିରେ ମୋଟ ୪ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।
ମୃତ୍ୟୁ ହୋଇଥିବା ୪ ଜଣଙ୍କ ମଧ୍ୟରୁ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଥିବା ବେଳେ ଅନ୍ୟ ୩ ଜଣ ହେଉଛନ୍ତି ଯେଉଁମାନେ ଜିତେନ୍ଦ୍ରକୁ ହତ୍ୟା କରିବାକୁ ଆସିଥିଲେ ।

୨ ବର୍ଷ ପୂର୍ବେ ଜିତେନ୍ଦ୍ରଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗୁରୁଗ୍ରାମ ଠାରୁ ଗିରଫ କରିଥିଲେ । ସୂତ୍ର ସୂଚନା ମୁତାବକ ଆଜି ଜିତେନ୍ଦ୍ରକୁ ପୋଲିସ କୋର୍ଟରେ ହାଜର କରିବାକୁ ନେଉଥିବା ବେଳେ ବିରୋଧୀ ଗ୍ୟାଙ୍ଗ ତାଙ୍କ ଉପରକୁ ଗୁଳି କରିଥିଲେ । ଏଥିରେ ଜିତେନ୍ଦ୍ରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।

 

ପୋଲିସର କହିବା ମୁତାବକ ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଥିବା ୩ ଜଣ ଯାକ ଦିଲୁ ଗ୍ୟାଙ୍ଗର । ସେମାନେ ଓକିଲ ପୋଷାକରେ କୋର୍ଟ ପରିସରରେ ପ୍ରବେଶ କରିଥିଲେ । ଦିଲ୍ଲୁ ଗ୍ୟାଙ୍କର ମୃତ୍ୟୁବରଣ କରିଥିବା ୨ ଗ୍ୟାଙ୍ଗଷ୍ଟରଙ୍କ ନାମ ପୋଲିସ ପ୍ରକାଶ କରିନାହିଁ ।