ସୁନିୟୋଜିତ ଭାବେ କରାଯାଇଥିଲା ଦିଲ୍ଲୀ ଦଙ୍ଗା, ଯୋଜନା କରି ଭଙ୍ଗା ଯାଇଥିଲା ସିସିଟିଭି

87

କନକ ବ୍ୟୁରୋ : ୨୦୨୦ ଫେବୃଆରୀ ମାସରେ ହୋଇଥିବା ଦିଲ୍ଲୀ ଦଙ୍ଗାକୁ ନେଇ ଦିଲ୍ଲୀ ହାଇକୋର୍ଟ ଆଜି ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି । କୋର୍ଟ କହିଛନ୍ତି ଯେ ଦିଲ୍ଲୀରେ ସୁନିୟୋଜିତ ଭାବେ ଦଙ୍ଗା କରାଯାଇଥିଲା । କୋର୍ଟ କହିଛନ୍ତି କି ଅଭିଯୋଗକାରୀମାନେ ଯେଉଁ ଭିଡିଓ କୋର୍ଟରେ ଦାଖଲ କରିଛନ୍ତି ସେଥିରୁ ପ୍ରଦର୍ଶନକାରୀଙ୍କ ଆଚରଣ ସ୍ପଷ୍ଟ ହୋଇଛି । ଏହି ଭିଡିଓରୁ ଜଣାପଡିଛି ଯେ ସରକାରଙ୍କ ସହ ସହରର ଲୋକଙ୍କ ଧନ ଜୀବନ ନଷ୍ଟ କରିବାକୁ ଯୋଜନାବଦ୍ଧ ଭାବେ ଏହି ଦଙ୍ଗା କରାଯାଇଥିଲା ।

ଅନ୍ୟପଟେ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ବିଗାଡିବାକୁ କିଛି ଅସାମାଜିକ ବ୍ୟକ୍ତି ପୂର୍ବ ଯୋଜନା ମୁତାବକ ପ୍ରଥମେ ସିସିଟିଭିକୁ ନିଷ୍କ୍ରିୟ କରାଯାଇଥିଲା । ଭିଡିଓ ଫୁଟେଜରୁ ସ୍ପଷ୍ଟ ହୋଇଛି ଯେ ଦଙ୍ଗାକାରୀମାନେ ପୋଲିସ ଉପରକୁ ଅମାନବୀୟ ଭାବେ ଲାଠି ଚାର୍ଜ କରୁଥିଲେ । ଦିଲ୍ଲୀ ହାଇକୋର୍ଟ ଏକ ଆଦେଶରେ କହିଛନ୍ତି କି, ଏହି ଦଙ୍ଗା ଅଚାନକ ହୋଇନାହିଁ , ପ୍ରଥମେ ଦଙ୍ଗାକାରୀମାନେ ଯୋଜନା କରି ଏହାପରେ ଏଭଳି ଦଙ୍ଗା କରିଥିଲେ ।
ଦିଲ୍ଲୀ ଦଙ୍ଗାରେ ଅଭିଯୁକ୍ତମାନଙ୍କର ଜାମିନ ନାକଜ କରିବା ବେଳେ ଜଷ୍ଟିସ୍ ସୁବ୍ରମଣ୍ୟମ ପ୍ରସାଦ କହିଛନ୍ତି ଯେ ପ୍ରଥମେ ସିସିିଟିଭିକୁ ଭଙ୍ଗାରୋଜା କରି ସହରର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିଲା ।