ବହୁ ଚର୍ଚ୍ଚିତ ଦିଲ୍ଲୀ ଦଙ୍ଗା ମାମଲା : ପୋଲିସକୁ କୋର୍ଟଙ୍କ ଭତ୍ସନା, “ଆଇନ ଆଖିରେ ପଟି ବାନ୍ଧିବାକୁ ଚେଷ୍ଟା କରୁଛି ପୋଲିସ”

147

କନକ ବ୍ୟୁରୋ : ଗତବର୍ଷ ଦିଲ୍ଲୀରେ ହୋଇଥିବା ଦଙ୍ଗା ମାମଲାରେ କୋର୍ଟ ଦିଲ୍ଲୀ ପୋଲିସକୁ ଭତ୍ସନା କରିଛନ୍ତି । କୋର୍ଟ କହିଛନ୍ତି କି ଦିଲ୍ଲୀ ଦଙ୍ଗା ମାମଲାରେ ପୋଲିସ ସବୁଠାରୁ ଖରାପ ଯାଂଚ କରିଛି । ଯେତେବେଳେ ଆଗାମୀପିଢୀ ଇତିହାସ ପଢିବ ସେତେବେଳେ ଦେଶର ପୋଲିସ ଏଭଳି ଯାଂଚ କରୁଥିବା ଜାଣିବା ପରେ କଷ୍ଟ ଅନୁଭବ କରିବ । ଏହି ମାମଲାରେ ଆଡିସନାଲ ସେସନ ଜଜ୍ ବିନୋଦ ଯାଦବ ଶାହା ଆଲମ (ପୂର୍ବ ପରିଷଦ ତାହିର ହୁସେନଙ୍କ ଭାଇ), ରଶିଦ ସୈଫ ଓ ଶାଦାବାଙ୍କୁ ଦୋଷମୁକ୍ତ କରିଛନ୍ତି ।

ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି କି ପୋଲିସର ଯାଂଚ ସମ୍ବେଦନହୀନ ଓ ନିଷ୍କ୍ରିୟ ପ୍ରମାଣିତ ହୋଇଛି । କୋର୍ଟ ଆହୁରି କହିଛନ୍ତି କି ଜଣେ କନେଷ୍ଟବଳଙ୍କୁ ସାକ୍ଷୀଭାବେ ପ୍ଲାଣ୍ଟ କରାଯାଇ ମାମଲାର ମୋଡ ବଦଳାଇବାକୁ ଚେଷ୍ଟା କରିଛି ପୋଲିସ । ଏହାସହ ଏଭଳି ଯାଂଚ ଦ୍ୱାରା କେବଳ କରଦାତାଙ୍କ ଅର୍ଥକୁ ନଷ୍ଟ କରାଯାଇଛି । ଏହାସହ କେବଳ ଏଭଳି ମାମଲାରେ ପୋଲିସ କୋର୍ଟଙ୍କ ଆଖିରେ ପଟି ବାନ୍ଧିବାକୁ ଚେଷ୍ଟା କରୁଥିବା ଭଳି ଅନୁମାନ ହେଉଥିବା କଥା ଜଷ୍ଟିସ ବିନୋଦ ଯାଦବ କହିଛନ୍ତି ।

କହିରଖୁ କି ୨୦୨୦ ମସିହାରେ ଦିଲ୍ଲୀର ସାହିନବାଗରେ ଏନଆରସି ଓ ସିଏଏକୁ ନେଇ ଚାଲିଥିବା ଆନ୍ଦୋଳନ ସମୟରେ ଦିଲ୍ଲୀରେ ଦଙ୍ଗା ସୃଷ୍ଟି ହୋଇଥିଲା । ଏଥିରେ ଗୋଟିଏ ଗୋଷ୍ଠୀ କିଛି ଦୋକାନ ବଜାର ପୋଡିଦେବା ସହ ଏହି ଦଙ୍ଗାରେ ପାଖା ପାଖି ୫୦ ଜଣଙ୍କର ମୃତ୍ୟୁ ହୋଇଥିଲା ।