ସୈତାନ ମୁକେଶର ରାଜକ୍ଷମା ଖାରଜ ! ସରକାର ପରେ ନିର୍ଭୟା ଦୋଷୀର ରାଜକ୍ଷମା ଆବେଦନ ଖାରଜ କଲେ ଦିଲ୍ଲୀ ଉପରାଜ୍ୟପାଳ । କେନ୍ଦ୍ର ଗୃହମନ୍ତ୍ରାଳୟକୁ ପଠାଗଲା ଯାଚିକା, ରାଷ୍ଟ୍ରପତି ନେବେ ଶେଷ ନିଷ୍ପତି

1,545

କନକ ବ୍ୟୁରୋ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲରେ ସାମ୍ନାକୁ ଆସିଲା ବଡ ଖବର । ଦିଲ୍ଲୀ ସରକାରଙ୍କ ପରେ ଏବେ ଦିଲ୍ଲୀର ଉପଜିଲ୍ଲାପାଳ ଅନିଲ ବୈଜଲ ମଧ୍ୟ ନିର୍ଭୟା ଦୋଷୀ ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିଛନ୍ତି । ବର୍ତ୍ତମାନ ମୁକେଶର ରାଜକ୍ଷମା ଆବେଦନ ପ୍ରଥମେ ଗୃହ ମନ୍ତ୍ରାଳୟ ନିକଟକୁ ପଠାଯିବା ପରେ ସେଠାରୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ । ତେବେ ମୁକେଶର ରାଜକ୍ଷମା ଯାଚିକା ଉପରେ ଏବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହିଁ ଶେଷ ତଥା ଅନ୍ତିମ ନିଷ୍ପତି ଶୁଣାଇବେ ।

ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ଆସନ୍ତା ୨୨ ତାରିଖ ସକାଳ ୭ଟା ଫାଶୀ ଖୁଂଟରେ ଖୁଲାଇବାକୁ ପୂର୍ବରୁ କୋର୍ଟ ରାୟ ଶୁଣାଇସାରିଛି ।  ଯାହାକୁ ନିର୍ଭୟା ସୈତାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ମୁକେଶ ଦିଲ୍ଲୀ ହାଇକୋର୍ଟରେ ନିମ୍ନ ଅଦାଲତ ପକ୍ଷରୁ ଜାରି କରାଯାଇଥିବା ଡେଥ୍ ୱାରେଂଟକୁ ଚ୍ୟାଲେଂଜ ଦେଇଥିଲା ।

ସେପଟେ, ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଜଣ ଦୋଷୀଙ୍କ ଫାଶୀରେ ହୋଇପାରେ ବିଳମ୍ବ । ଜାନୁଆରୀ ୨୨ ତାରିଖରେ ଫାଶୀ ଦେବା ସମ୍ଭବ ନୁହେଁ ବୋଲି ଗତକାଲି କେନ୍ଦ୍ର ଓ ଦିଲ୍ଲୀ ସରକାର କୋର୍ଟକୁ ଜଣାଇବା ପରେ ଏହି ଆଶଙ୍କା ବଢ଼ି ଯାଇଛି । ବର୍ତ୍ତମାନ ରାଷ୍ଟ୍ରପତିଙ୍କ ନିକଟରେ ଦୋଷୀଙ୍କ ରାଜକ୍ଷମା ଆବେଦନ ରହିଛି । ଏହି ନିଷ୍ପତି ଆସିବା ପରେ ଦୋଷୀଙ୍କୁ ଅତିରିକ୍ତ ୧୪ ଦିନ ମିଳିବ । ତେଣୁ ଆଇନ୍ ଅନୁସାରେ ଆସନ୍ତା ୨୨ ତାରିଖରେ ଦୋଷୀଙ୍କୁ ଫାଶୀ ଦେଇହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଅନ୍ୟପଟେ ଫାଶୀ ତାରିଖ ଘୁଂଚିବା ନେଇ ଆଜି ଟ୍ରାଏଲ କୋର୍ଟରେ ଶୁଣାଣୀ ହେବ । କୋର୍ଟଙ୍କ ଆଜିର ଶୁଣାଣି ଉପରେ ରହିଛି ସାରା ଦେଶର ନଜର ।