ପଞ୍ଜାବ ପରେ ଆପ୍ ଫୋକସରେ ମୋଦୀ-ଶାହାଙ୍କ ଗଡ ଗୁଜରାଟ । କେଜ୍ରିୱାଲ କହିଲେ ପଞ୍ଜାବ ପରି ଥରେ ଦିଅନ୍ତୁ ଆପକୁ ସମର୍ଥନ ।

338

କନକ ବ୍ୟୁରୋ : ପଞ୍ଜାବ ପରେ ଆପ୍ ଫୋକସରେ ମୋଦୀ-ଶାହଙ୍କ ଗଡ ଗୁଜରାଟ । ଦୁଇ ଦିନିଆ ଗୁଜରାଟ ଗସ୍ତରେ ଦିଲ୍ଲୀ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ । ବର୍ଷ ଶେଷରେ ପଡିବ ଗୁଜରାଟ ବିଧାନସଭା ପାଇଁ ଭୋଟ । ଏହା ପୂର୍ବରୁ ମାନ୍ ଏବଂ କେଜ୍ରିୱାଲ ଗୁଜରାଟ ଗସ୍ତ କରି ଦଳକୁ ମଜବୁତ କରିବାକୁ ପ୍ରୟାସ କରିଛନ୍ତି । ପଞ୍ଜାବ ଭଳି ଥରେ ଗୁଜରାଟବାସୀ ଆପକୁ ସମର୍ଥନ କରନ୍ତୁ ବୋଲି କେଜ୍ରିୱାଲ କହିଛନ୍ତି ।

ଉଭୟ ଗୁଜରାଟରେ ତ୍ରିରଙ୍ଗା ଯାତ୍ରା ସହିତ ମେଗା ରୋଡ ଶୋ କରିଛନ୍ତି । ତେବେ ରୋଡ ଶୋରେ ଅନେକ ଲୋକଙ୍କ ଗହଳି ଦେଖାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଏହି ଅବସରରେ ଟାର୍ଗେଟ୍ କରିଛନ୍ତି କେଜ୍ରିଓାଲ୍ । ଗୁଜରାଟରେ ୨୫ ବର୍ଷ ଧରି ବିଜେପି ଶାସନରେ ଥିଲେ ମଧ୍ୟ ଦୁର୍ନିତୀକୁ ଶେଷ କରିପାରିନି । ଆଜି ଗୁଜରାଟରେ ପହଞ୍ଚିବା ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ୍ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ପରେ ଉଭୟ ସାବରମତୀ ଗାନ୍ଧୀ ଆଶ୍ରମ ପରିଦର୍ଶନ କରିଛନ୍ତି । ଏହି ସମୟରେ ଉଭୟ ସାବରମତୀ ଆଶ୍ରମରେ ଚରଖା ଚଲାଇଛନ୍ତି । ପଞ୍ଜାବରେ ପ୍ରତ୍ୟେକ ଘରେ ଚରଖା ରହିବା ସହ ପଞ୍ଜାବବାସୀ ଗାନ୍ଧୀଜୀଙ୍କୁ ବହୁତ ସମ୍ମାନ କରନ୍ତି ବୋଲି କହିଛନ୍ତି ଭଗୱନ୍ତ ମାନ ।