କନକ ବ୍ୟୁରୋ : ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ନଜରରେ ରଖି ଦିଲ୍ଲୀ ସମସ୍ତ ପ୍ରାଥମିକ ସ୍କୁଲଗୁଡିକୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଏହାସହ ୬ ରୁ ୧୨ କ୍ଲାସ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଅନଲାଇନ କ୍ଲାସ କରିବାକୁ ସ୍କୁଲଗୁଡିକୁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଆତିଶୀ ମାରଲେନା ସୂଚନା ଦେଇଛନ୍ତି ।
As pollution levels continue to remain high, primary schools in Delhi will stay closed till 10th November.
For Grade 6-12, schools are being given the option of shifting to online classes.
— Atishi (@AtishiAAP) November 5, 2023
ଶିକ୍ଷାମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି କି ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ସ୍କୁଲ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ସେ କହିଛନ୍ତି କି, ଲଗାତର ଭାବେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହାସହ ୬ କ୍ଲାସରୁ ୧୨ କ୍ଲାସ ପିଲାମାନଙ୍କ ପାଇଁ ଅନଲାଇନ କ୍ଲାସର ବ୍ୟବସ୍ଥା କରିବାକୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡିକୁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଦିଲ୍ଲୀରେ ଏବେ ବାୟୁ ପ୍ରଦୂଷଣର ସ୍ତର ୯୦୦ ଏକ୍ୟୁଆର ପାର କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/C276C3A3-52CE-4DBD-9440-3EC782F9D0E9_6363ac438c70d.jpg)