ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ଚିନ୍ତା : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ବସିବାକୁ ଯାଉଛି ଜରୁରୀକାଳୀନ ବୈଠକ

ଯୋଗ ଦେବେ ଦିଲ୍ଲୀ ସମେତ ପଡୋଶୀ ରାଜ୍ୟ; ପ୍ରଦୂଷଣ ନିୟନ୍ତ୍ରଣ ନେଇ ତିଆରି ହେବ ଆକ୍ସନ ପ୍ଲାନ୍

82

କନକ ବ୍ୟୁରୋ : ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ଆଜି ବୈଠକ ବସିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ଆଜି ଜରୁରୀକାଳୀନ ବୈଠକ କରିବେ । ଏହି ସମୟରେ ପ୍ରଦୂଷଣ ରୋକିବାକୁ ଯାଇ କଣ ସବୁ ପଦକ୍ଷେପ ନିଆଯିବ ସେ ନେଇ ଆଲୋଚନା ହେବ । ଏହି ବୈଠକରେ ଦିଲ୍ଲୀର ପଡୋଶୀ ପଞ୍ଜାବ, ହରିଆନା. ୟୁପି ସରକାରଙ୍କ ପ୍ରତିନିଧି ସାମିଲ ହେବେ । ଦିଲ୍ଲୀରେ ଏବେ ପ୍ରଦୂଷଣର ମାତ୍ରା ଢେର ଅଧିକ ରହିଛି ।

ଯାହାକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି ଅନାବଶ୍ୟକ ଯାନବାହନ ଚଳାଚଳ, ଶିଳ୍ପାନୁଷ୍ଠାନ ପ୍ରଦୂଷଣକୁ ରୋକିବା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି ସୁପ୍ରିମକୋର୍ଟ । ସେହିପରି ଦିଲ୍ଲୀକୁ ସଂପୂର୍ଣ୍ଣ ଲକଡାଉନ୍ କରିବାକୁ ମଧ୍ୟ ସରକାର ବିଚାର ବିମର୍ଷ କରୁଛନ୍ତି । ନଡା ପୋଡିବା ଯୋଗୁଁ ଦିଲ୍ଲୀରେ ପ୍ରଦୂଷଣ ୪ ରୁ ୧୦ ପ୍ରତିଶତ ହେଉଛି ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଜଣାଇଛନ୍ତି ।