ପ୍ରଦୂଷଣ ନିୟନ୍ତ୍ରଣ ଫର୍ମୁଲା । ଏନସିଆରରେ ୱାର୍କ ଫ୍ରମ୍ ହୋମ୍ , ନିର୍ମାଣ କାର୍ଯ୍ୟରେ ରୋକ୍ ଓ ଫ୍ୟାକ୍ଟ୍ରିରେ ପଡିବ ତାଲା ।

124

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀ ସମେତ ଏନସିଆରରେ ପ୍ରଦୂଷଣ ସୀମା ଟପିଗଲାଣି । ଏବେ ଏଠିକାର ଲୋକଙ୍କ ପ୍ରଶ୍ୱାସରେ ଯାଉଛି ହଳାହଳ ବିଷ । ଯାହା ଫଳରେ ଏନସିଆର ସହ ଦିଲ୍ଲୀ ସମେତ ପାଖ ରାଜ୍ୟମାନଙ୍କରେ  ତାଲା ବନ୍ଦ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀରେ ତ କଟକଣା ଲାଗିଛି ଏବେ ଏନସିଆରରେ ମଧ୍ୟ କଟକଣା ଲାଗୁ ହେବାକୁ ଯାଉଛି । ଆଜି ଦିଲ୍ଲୀ ସରକାର ଉତ୍ତରପ୍ରଦେଶ, ପଂଜାବ, ଓ ହରିୟାଣା ସରକାରଙ୍କ ସହ ଜରୁରୀକାଳୀନ ବୈଠକ କରି ଏନସିଆରରେ ୱାର୍କ ଫ୍ରମ୍ ହୋମ ଫର୍ମୁଲା ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି ।ଏହା ସହ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହ ଇଣ୍ଡଷ୍ଟ୍ରି ମାନଙ୍କରେ ତାଲା ପକାଇବା ଉପରେ ଜୋର ଦେଇଛନ୍ତି ।

ଏହି ବୈଠକ ସୁପ୍ରିମ କୋର୍ଟ ଆଦେଶରେ ହୋଇଛି । ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ଏୟାର ମନିଟରିଙ୍ଗ କମିଶନକୁ ଏନସିଆର ଓ ଦିଲ୍ଲୀ ସରକାରଙ୍କ ସହ ବୈଠକ କରି ତୁରନ୍ତ ନିଷ୍କର୍ଷ ବାହାର କରିବାକୁ ସୁପ୍ରିମ କୋର୍ଟ ଆଦେଶ ଦେଇଥିଲେ । ଏହାସହ ଏନସିଆରକୁ ସୁପ୍ରିମକୋର୍ଟ ୱାର୍କ ଫ୍ରମ୍ ହୋମର ଫର୍ମୁଲା ଆପଣାଇବାକୁ ପ୍ରସ୍ତାବ ଦେଇଥିଲେ । ଏହି ବୈଠକରେ ଯୋଗ ଦେଇଥିବା ରାଜ୍ୟ ସରକାର ମଧ୍ୟ କିଛି ପ୍ରସ୍ତାବ ଦେଇଛନ୍ତି । ଏସବୁ ଆଧାର କରି ଏବେ ଏୟାର ମନିଟରିଙ୍ଗ କମିଶନର ନିର୍ଦ୍ଦେଶକୁ ସମସ୍ତଙ୍କ ଅପେକ୍ଷା ।