କନକ ବ୍ୟୁରୋ : ବିଷ ବଳୟରେ ଦିଲ୍ଲୀ । ଦିଲ୍ଲୀ ଏନସିଆରରେ ବିପଦପୂର୍ଣ୍ଣ ସ୍ତରରେ ପହଁଚିଲା ପ୍ରଦୂଷଣର ମାତ୍ରା । ଦିଲ୍ଲୀରୁ ଉତରପ୍ରଦେଶ ଯାଏଁ ବହୁଛି ବିଷାକ୍ତ ବାୟୁ । ବୃଦ୍ଧି ପାଉଥିବା ବିଷ।କ୍ତ ବାୟୁ ଯୋଗୁଁ ରାଜଧାନୀ ଦିଲ୍ଲୀରେ ନଭେମ୍ବର ୫ ଯାଏଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଏହାସହ ସ୍ୱାସ୍ଥ୍ୟଗତ ଜରୁରୀ ପରିସ୍ଥିତି ବି ଘୋଷଣା କରାଯାଇଛି । ସକାଳୁ ସକାଳୁ ଦିଲ୍ଲୀ ଆକାଶ ସମ୍ପୂର୍ଣ୍ଣ ଭାବେ ଧୂଆଁଳିଆ ରହୁଛି । ଫଳରେ ଲୋକଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ।
ହେଲଥ୍ ଇମରଜେନ୍ସି ଜାରି ହେବା ପରେ ଲୋକେ ମୁହଁରେ ମାସ୍କ ପିନ୍ଧି ଘରୁ ବାହାରକୁ ବାହାରୁଥିବାର ଦେଖିବାକୁ ମିଳିଛି । ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୭୦ ଉପରେ ପହଁଚିଛି । ଯାହାକି ସବୁଠୁ ବିପଦସ୍ତର ।ଦିଲ୍ଲୀ-ଏନସିଆରରେ ପବନର ଗୁଣବତା ପ୍ରତିଦିନ ଖରାପ ହେବା ସହ ଅତି ଗମ୍ଭୀର ସ୍ତରକୁ ଯାଉଛି ।ସେପଟେ ଏହା ସରକାରଙ୍କ ଚିନ୍ତା ବଢାଇଛି । ପଡୋଶୀ ରାଜ୍ୟଗୁଡିକରେ ଶସ୍ୟ ନଡା ଜଳା ଯାଉଥିବାରୁ ଏହି ବିଷାକ୍ତ ବାୟୁ ପ୍ରବାହିତ ହେଉଥିବା କହୁଛନ୍ତି ଦିଲ୍ଲୀ ସରକାର ।