କନକ ବ୍ୟୁରୋ : ଦିଲ୍ଲୀ ପୋଲିସକୁ ମିଳିଛି ବଡ ସଫଳତା । ସ୍ପେଶାଲ ସେଲର ଯବାନମାନେ ଜୈଶ-ଏ-ମହମ୍ମଦର ଏକତ କୁଖ୍ୟାତ ଆତଙ୍କବାଦୀକୁ ଧରିବାରେ ସକ୍ଷମ ହୋଇଛନ୍ତି । ଆତଙ୍କୀ ଜଣକ ହେଉଛି ଅବଦୁଲ ମାଜିଜ ବାବା, ଯିଏକି ଗତ ୫ ବର୍ଷ ଧରି ଫେରାର ଥିଲା । ଏପରିକି ଅବଦୁଲର ଗିରଫ ଉପରେ ୨ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରିଥିଲା ଦିଲ୍ଲୀ ପୋଲିସ ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏକାଧିକ ମାମଲାରେ ଅବଦୁଲକୁ ଖୋଜୁଥିଲା ପୋଲିସ । ତେବେ ତାର ଠିକଣା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଟ୍ରାକ୍ କରାଯାଇ ଏହି କୁଖ୍ୟାତ ଆତଙ୍କୀକୁ ଧରାଯାଇଥିବା ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଆତଙ୍କୀ ଆବଦୁଲ ମାଜିଜ ବାବା ଗିରଫ ହେବା ଦିଲ୍ଲୀ ପୋଲିସକୁ ଏକ ବଡ ସଫଳତା ଆଣିଦେଇଛି ବୋଲି ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/1557821932-451.jpg)