ହେଟସ୍ପିଚ୍ ମାମଲାରେ ଆକ୍ସନ ନେଲା ଦିଲ୍ଲୀ ପୁଲିସ । ନୂପୁର ଶର୍ମା, ଓୱେସୀଙ୍କ ସମେତ ୨୨ଜଣଙ୍କ ନାଁରେ ମାମଲା ରୁଜୁ।

200

କନକ ବ୍ୟୁରୋ: ଦେଶରେ ବଢୁଛି ହେଟସ୍ପିଚ୍ ମାମଲା । ନୂପୁରଙ୍କ ପରେ ଓୱେସୀଙ୍କ ନାଁରେ ଏଫଆଇଆର ରୁଜୁ ହୋଇଛି । ହେଟସ୍ପିଚ୍ ମାମଲା ବୃଦ୍ଧି ପରେ ଆକ୍ସନରେ ଦିଲ୍ଲୀ ପୁଲିସ । ସୋସିଆଲ ମିଡିଆରେ ଘୃଣାଭାବନା ସୃଷ୍ଟି କରୁଥିବା ଅଭିଯୋଗରେ ଏବେ ବଡ ଆକ୍ସନ ନେଇଛି ଦିଲ୍ଲୀ ପୁଲିସର ସାଇବର ସେଲ । ଭିନ୍ନ ଭିନ୍ନ ଧର୍ମ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରାଯାଉଥିବା ଓ ବିବାଦୀୟ ବୟାନ ତଥା ସୋସିଆଲ ମିଡିଆରେ ଘୃଣାଭାବନା ସୃଷ୍ଟି କରିବା ଅଭିଯୋଗରେ ଏଆଇଏମଆଇଏମ ମୁଖ୍ୟଙ୍କ ଅସଉଦ୍ଧିନଙ୍କ ଓୱେସୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏଥିସହ ଦିଲ୍ଲୀ ସାଇବର ପୁଲିସ ସ୍ୱାମୀ ନରସିଂହାନ୍ଦଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ଦିଲ୍ଲୀ ପୁଲିସ କହିଛି ଓୱେସୀ ଓ ନରସିଂହାନନ୍ଦ ସୋସିଆଲ ମିଡିଆରେ ମାଧ୍ୟମରେ ସମାଜରେ ଘୃଣାଭାବନା ବିସ୍ତାର କରିବା, ଭୁଲ ବାର୍ତ୍ତା ପଠାଇବା ଓ ଧାର୍ମିକଭାବନାକୁ ଆଘାତ ଦେବା ଅଭିଯୋଗ ରହିଛି । ସେପଟେ ଏଆଇଏମଆଇଏମଙ୍କ ନାଁରେ ମାମଲା ରୁଜୁ ହେବା ପରେ ଦଳୀୟନେତା,କର୍ମୀ ବିିଭିନ୍ନ ସ୍ଥାନରେ ଜୋରଦାର ବିକ୍ଷୋଭ କରୁଛନ୍ତି । ପୁଲିସ କିଛି ପ୍ରଦର୍ଶନକାରୀଙ୍କ ଗିରଫ କରିଛି ।

ନିକଟରେ ଏକ ଟେଲିଭିଜନ ର୍ବିର୍ତକ କାର୍ୟ୍ୟକ୍ରମରେ ଭାଗ ନେଇ ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ଏହା ପରେ ବିବାଦ ଦେଶବିଦେଶରେ ଝଡ ସୃଷ୍ଟି କରିଛି । ସେଥିପାଇଁ ବିଦେଶରେ ଭାରତକୁ ସମାଲୋଚିତ ହେବାକୁ ପଡିଛି । ଏବେ ପୁଣି ଓୱେସୀଙ୍କ ବୟାନ ନେଇ ମୁଣ୍ଡ ଟେକିଛି ନୂଆ ବିବାଦ ।