ଦିଲ୍ଲୀ ପୋଲିସକୁ ବଡ ସଫଳତା । ୨୫୦୦ କୋଟି ଟଙ୍କାର ଧଳା ଜହର ଜବତ, ୪ ଜଣ ଗିରଫ

168

କନକ ବ୍ୟୁରୋ : ଦିଲ୍ଲୀ ପୋଲିସକୁ ବଡ ସଫଳତା ମିଳିଛି । ପୋଲିସ ୨୫୦୦ କୋଟି ଟଙ୍କାର ୩୫୦ କିଲୋ ଧଳା ଜହର ଜବତ କରିବା ସହ ୪ ଜଣଙ୍କୁ ଗିରଫ୍ କରିଛି । ଗିରଫ୍ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ହିରିଆଣା ଓ ଜଣଙ୍କୁ ଦିଲ୍ଲୀରୁ ଗିରଫ୍ କରାଯାଇଛି । ସେମାନଙ୍କୁ ଥାନାକୁ ନେଇ ପୋଲିସ ପଚରା ଉଚରା କରୁଛି ।

କୁହାଯାଇଛି କି ଦିଲ୍ଲୀ ପୋଲିସର ସ୍ପେଶାଲ ହାତରେ ନିଶା କାରବାରର ଏକ ବଡ ଗ୍ୟାଙ୍ଗ ଧରାପଡିଛି । ଏହି ମାମଲା ଏବେ ଏନସିବି ହାତକୁ ଯାଇପାରେ । ଏହି ମାମଲା ଏବେ ଏନସିବି ଆଙ୍ଗେଲରେ ଯାଂଚ କରାଯାଉଛି । ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍ ଏନେଇ ୪ ଜଣଙ୍କୁ ଗିରଫ୍ କରିବା ପରେ ସାମ୍ବାଦିକ ସମ୍ମିଳନୀ କରିଛି । ଏଥିରେ ଜଣେ ଅଧିକାରୀ କହିଛନ୍ତି କି ଚୋରା ଧଳା ଜହର କାରବାର କରୁଥିବା ସତୀଶକୁ ଧରିବା ପାଇଁ ପୋଲିସ ପକ୍ଷରୁ ଅନେକ ଦିନ ହେବ ପ୍ରୟାସ କରାଯାଉଥିଲା  ।

ଦିଲ୍ଲୀ ପୋଲିସର ସୂଚନା ମୁତାବକ ଏତେ ପରିମାଣର ଧଳା ଜହରକୁ ବେପାରୀମାନେ ସମୁଦ୍ର ପଥରେ କଣ୍ଟେନର୍ସରେ ଲୁଚାଇ ଆଣିଥିଲେ । ଏହାକୁ ମଧ୍ୟପ୍ରଦେଶର ଏକ ଫ୍ୟାକ୍ତ୍ରିରେ ଆହୁରି ଫାଇନ କରିବାକୁ ମାଫିଆ ମାନେ ଯୋଜନା କରିଥିଲେ । ଏହାସହ ଏହି ଡ୍ରଗ୍ସକୁ ଲୁଚାଇବାକୁ ଫରିଦାବାଦରେ ଏକ ଘର ଭଡା ନିଆଯାଇଥିଲା

କହିରଖୁ କି କରୋନା କାଳରେ ଦେଶରେ ଅବୈଦ୍ଧ ନିଶା କାରବାର ବୃଦ୍ଧି ପାଇଛି । ପଡୋଶୀ ଦେଶମାନଙ୍କରୁ ଚୋରାରେ ଧଳା ଜହରଭଳି ମାରାତ୍ମକ ନିଶା ଭାରତକୁ ଆସୁଛି । ଭାରତରେ ଧଳା ଜହରର ଚାହିଦା ଭଲ ରହିଥିବାରୁ ସେଠାରୁ କମ୍ ଦାମରେ କିଣି ନିଶା ବେପାରୀମାନେ ଭାରତରେ ତାହାକୁ ଚଢା ଦରରେ ବିକ୍ରି କରୁଛନ୍ତି ।