ଯୁବତୀଙ୍କୁ କାରରେ ଘୋଷାଡି ମାରିବା ଘଟଣାରେ ନୂଆ ମୋଡ । ମାମଲାରେ ୫ ନୁହେଁ ୭ ଅଭିଯୁକ୍ତ, ଦୀପକ ନୁହେଁ ଅମିତ ଚଲାଉଥିଲେ କାର ।

ଯୁବତୀଙ୍କୁ କାରରେ ଘୋଷାଡି ମାରିବା ଘଟଣାରେ ନୂଆ ମୋଡ । ମାମଲାରେ ୫ ନୁହେଁ ୭ ଅଭିଯୁକ୍ତ, ଦୀପକ ନୁହେଁ ଅମିତ ଚଲାଉଥିଲେ କାର ।

କନକ ବ୍ୟୁରୋ : ଦିଲ୍ଲୀର କଞ୍ଝାୱଲା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିିଛି । ଏହି ହିଟ୍ ଆଣ୍ଡ ରନ୍ କେସରେ ୫ ଜଣ ନୁହେଁ ବରଂ ୭ ଜଣ ଅଭିଯୁକ୍ତ ଥିବା କଥା ସାମ୍ନାକୁ ଆସିଛି । ମାମଲାର ଯାଞ୍ଚ ପରେ ଏଭଳି ଚାଞ୍ଚଲ୍ୟକର ସୂଚନା ଦେଇଛି ପୋଲିସ । ଏହି ମାମଲାରେ ପୋଲିସ ଆଉ ୨ ନୂଆ ଅଭିଯୁକ୍ତଙ୍କୁ ଧରିବାକୁ ଆରମ୍ଭ କରିଛି ଅପରେସନ । ଯାଞ୍ଚ ସମୟରେ ଅଭିଯୁକ୍ତ ଦୀପକ କାର ଚଲାଉଥିବା କଥା କହିଥିଲା । କିନ୍ତୁ ବାସ୍ତବରେ ଘଟଣାଦିନ ଦୀପକ ନୁହନ୍ତି ବରଂ ଅମିତ କାର ଚଲାଉଥିଲେ । ଏହାର ପ୍ରମାଣ ମଧ୍ୟ ପୋଲିସ ରଖିଛି । ପୋଲିସର କହିବା ମୁତାବକ,ଅମିତ ପାଖରେ ଡ୍ରାଇଭିଂ ଲାଇସେନ୍ସ ନଥିଲା । ତେଣୁ ଅମିତର ଭାଇ ଦୀପକଙ୍କୁ ଗାଡି ଚଲାଉଥିବା ନେଇ ପୋଲିସ ଆଗରେ ମାନିବାକୁ କହିଥିଲେ । ଯେଉଁ ନୂଆ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି ସେମାନଙ୍କ ଭିତରେ ଅମିତଙ୍କ ଭାଇ ମଧ୍ୟ ରହିଛନ୍ତି ।

ଏସବୁ ଭିତରେ ପୋଲିସକୁ ନୂଆ ସିସିଟିଭି ଫୁଟେଜ ମଧ୍ୟ ମିଳିଛି । ଯେଉଁଥିରେ ସମସ୍ତ ଅଭିଯୁକ୍ତ କାର ଛାଡି ଅଟୋରେ ଫେରାର ହେଉଥିବାର ଦେଖିବାକୁ ମିଳିଛି । ତେବେ କେଉଁ ଦିଗ ଉପରେ ଏବେ ପୋଲିସ ଯାଞ୍ଚ କରୁଛି :
- ଅଭିଯୁକ୍ତ ଓ ପୀଡିତାଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିଲା, କଲ ଯାଞ୍ଚ ପରେ ଏହା ସ୍ପଷ୍ଟ ହୋଇଛି
- ଏବେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ଓ ରିମାଣ୍ଡ ପାଇଁ ଆବେଦନ କରିବ ପୋଲିସ
- ୨ ଅଭିଯୁକ୍ତଙ୍କୁ ଏବେ ଖୋଜୁଛି ପୋଲିସ
- ପୋଲିସ ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରିବ, ଯାହାଫଳରେ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ
- ପୋଷ୍ଟମର୍ଟମର ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା ରହିଛି, ଯେଉଁଥିରେ ପୀଡିତା ନିଶାସକ୍ତ ଥିଲେ କି ନାହିଁ ତାହା ସ୍ପଷ୍ଟ ହେବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe