ଦିଲ୍ଲୀ ଟ୍ରାଫିକ ଲାଇଟରେ ‘କରିନା’ । ‘ପୁ’ଙ୍କୁ କାହିଁକି ଟ୍ରାଫିକ ଲାଇଟକୁ ଆଣିଲା ଦିଲ୍ଲୀ ପୋଲିସ ପଢନ୍ତୁ …

360

କନକ ବ୍ୟୁରୋ : ସାରା ଦେଶରେ ଟ୍ରାଫିକ ନିୟମ କଡାକଡି କରିବା ପାଇଁ ଅନେକ ଉଦ୍ୟମ ହେଉଛି । ପୋଲିସ ମଧ୍ୟ ଭିନ୍ନ ଭିନ୍ନ ତରିକା ଆପଣେଉଛି । ତେବେ ଅନେକ ସ୍ଥାନରେ ଲୋକେ ବର୍ତ୍ତମାନ ମଧ୍ୟ ନିୟମ ମାନୁନଥିବା ଦେଖିବାକୁ ମିଳିଛି । ତେବେ ଏହାରି ଭିତରେ ଦିଲ୍ଲୀ ପୋଲିସ ଟ୍ରାଫିକ ପୋଷ୍ଟରେ ଲୋକଙ୍କୁ ରୋକିବା ପାଇଁ ଅଭିନବ ତରିକା ଆପେଣଛି । ସବୁବେଳେ ଭିନ୍ନ ଭିନ୍ନ ତରିକା ଆପଣେଇବାରେ ଲାଗିଥିବା ଦିଲ୍ଲୀ ପୋଲିସ ପୁଣି ଏଭଳି କିଛି କରି ଚର୍ଚ୍ଚାକୁ ଆସିଛି । ଶନିବାର ହଠାତ୍ ଦିଲ୍ଲୀର ଟ୍ରାଫିକ ଲାଇଟରେ କରିନାଙ୍କୁ ଦେଖିବାକୁ ମିଳିଥିଲା । କରିନାଙ୍କ ‘ପୁ’ ଚରିତ୍ରର ଫଟୋ ଏଠାରେ ଟ୍ରାଫିକ ଲାଇଟରେ ଦେଖିବାକୁ ମିଳିଛି ।

ଦିଲ୍ଲୀ ପୋଲିସର ସାମାଜିକ ଗଣମାଧ୍ୟମ ସାଇଟରେ ମାଧ୍ୟମରେ ଲୋକଙ୍କୁ ଏଭଳି ସଚେତନ କରାଯାଇଛି । ନିଜ ଜୀବନକୁ ବିପଦରେ ନପକାଇ ରୋଡ୍ ପାର ନହେବାକୁ ଏଥିରେ ପରାମର୍ଶ ଦିଆଯାଇଛି । ଏହି ଚିତ୍ର ଦର୍ଶାଉଛି ଯେତେବେଳେ ଟ୍ରାଫିକ ଲାଇଟ ନାଲିଆ ହେବ ସେତେବେଳେ ଲାଇଟରେ କରିନାଙ୍କ ପୁ ଚରିତ୍ର ନଜର ଆସିବ । କଭି ଖୁସି ଖଭି ଗମ ଚଳଚ୍ଚିତ୍ରର ଏହି ଚରିତ୍ର ଲାଇଟର ସବା ଉପରେ ନଜର ଆସିବା ସହ ମନେ ପକାଇଦେବ ତାଙ୍କ ଡାଇଲଗ ‘ ଇଏ କନ ହେ ଜସନେ ପୁ କୋ ଦୋବାରା ମୁଡ କର ନେହି ଦେଖା’

ଟ୍ୱିଟରେ ଦିଲ୍ଲୀ ପୋଲିସ ଆହୁରି ମଧ୍ୟ ଲେଖିଛି କିଏ ସେହି ଟ୍ରାଫିକ ଉଲ୍ଲଂଘନ କାରୀ ଯିଏ ପୁ ଭଳି ତାକୁ ନଜର ଅନ୍ଦାଜ କରିଛି ।