କନକ ବ୍ୟୁରୋ : ବଲିଉଡ ଅଭିନେତା ସତୀଶ କୌଶିକଙ୍କର ୬୬ ବର୍ଷ ବୟସରେ ଦେହାନ୍ତ ହୋଇଛି । ହୃଦଘାତ କାରଣରୁ ସତୀଶଙ୍କର ମୃତ୍ୟୁ ହୋଇଥିବା ନେଇ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ ହୋଇଛି । କିନ୍ତୁ ଏବେ ସତୀଶଙ୍କ ମୃତ୍ୟୁକୁ ନେଇ ନୂଆ ମୋଡ ସାମ୍ନାକୁ ଆସିଛି । ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସତୀଶ ଯେଉଁ ଫାର୍ମ ହାଉସରେ ହୋଲି ପାର୍ଟି କରିଥିଲେ ସେଠାରେ ଦିଲ୍ଲୀ ପୋଲିସକୁ କିଛି ଔଷଧ ମିଳିଥିବା ସୂଚନା ମିଳିଛି । ଯେଉଁ ଔଷଧ ଭିତରେ କିଛି ନିୟମିତ ଔଷଧ ଥିବା ବେଳେ କିଛି ଏମିତି ଔଷଧ ମିଳିଛି ଯାହାର ଯାଞ୍ଚ ଚାଲିଛି ।
ମିଳିଥିବା ସୂଚନା ମୁତାବକ, ଏହି ଔଷଧ ଭିତରେ ଡାକ୍ତର ଏଯାବତ କାହାକୁ ସନ୍ଦିଗ୍ଧ ବୋଲି ଦର୍ଶାଇନାହାନ୍ତି । ଏହାଛଡା ଅଭିନେତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ମଧ୍ୟ ନାହିଁ । ଆସନ୍ତା ୧୫ ଦିନ ମଧ୍ୟରେ ପୋଲିସକୁ ରକ୍ତ ଓ ହାର୍ଟର ରିପୋର୍ଟ ମିଳିଯିବ । ତେବେ କୌଣସି ନିଷ୍କର୍ସରେ ପହଞ୍ଚିବା ପୂର୍ବରୁ ପୋଲିସ ଚୂଡାନ୍ତ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି । ଯାହାଦ୍ୱାରା ମୃତ୍ୟୁର ଅସଲ କାରଣ ଜଣାପଡିବ । ତେବେ ଏହି ପାର୍ଟିରେ କିଏ ସାମିଲ ଥିଲେ ତାହାର ତାଲିକା ନେଇଛି ପୋଲିସ ।
ବଲିଉଡ ଅଭିନେତା ସତୀଶ କୌଶିକ ଯେଉଁ ଫାର୍ମ ହାଉସରେ ପାର୍ଟି କରୁଥିଲେ ତାହା ବିକାଶ ମାଲୁଙ୍କର ଥିଲା । ଏହି ପାର୍ଟିରେ ବିକାଶଙ୍କ ସମେତ ଅନେକ ବଡ ବଡିଆ ଲୋକ ଓ ବିଲ୍ଡର ମଧ୍ୟ ଥିଲେ । ବିକାଶ ମାଲୁଙ୍କ ଉପରେ ତାଙ୍କ ପତ୍ନୀ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଯାହାର ଯାଞ୍ଚ ଚାଲିଛି । ପତ୍ନୀ ମାମଲା ରୁଜୁ କରିବା ପରେ ମାଲୁ ଅଧିକାଂଶ ସମୟ ଦୁବାଇରେ ରହୁଥିଲେ, କିନ୍ତୁ ହୋଲି ପାର୍ଟି ପାଇଁ ସେ ଦିଲ୍ଲୀକୁ ଆସିଥିଲେ ।
ସତୀଶ କୌଶିକଙ୍କ ଦେହାନ୍ତରେ ତାଙ୍କର ଘନିଷ୍ଠ ବନ୍ଧୁ ତଥା ଅଭିନେତା ଅନୁପମ ଖେର ଭାଙ୍ଗିପଡିଛନ୍ତି । କାରଣ ଅନୁପମଙ୍କ ସହ ସତୀଶଙ୍କର ଦୀର୍ଘ ୪୫ ବର୍ଷର ବନ୍ଧୁତା ଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/Anupam-Kher-Satish-Kaushik.jpg)