ଭୁବନେଶ୍ୱରରେ ଦିଲ୍ଲୀ ପୋଲିସର ରେଡ୍ । ବମିଖାଲ ଆରବି ପ୍ୟାଲେସରେ ଚଢ଼ଉ କରି ଲ୍ୟାପଟପ୍ ଜବତ ।

313

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଦିଲ୍ଲୀ ପୋଲିସର ରେଡ୍ । ବମିଖାଲ ଆରବି ପ୍ୟାଲେସରେ ଏହି ରେଡ ହୋଇଛି । ରୁମ୍ ନମ୍ବର ୨୦୩ରେ ଚଢ଼ଉ କରି ଯାଞ୍ଚ କରିବା ସହ ଏକ ଲାପଟପ୍ ଜବତ କରିଛି । ଏହାସହ ଚଢ଼ଉ କରୁଥିବା ଦଳ ଜଣଙ୍କୁ ଉଠାଇନେଇ ପଚରାଉଚରା କରୁଛି ।

ସାଇବର ହ୍ୟାକିଂ ବିଷୟରେ ତଦନ୍ତ ପାଇଁ ଆସିଛି ଏହି ଟିମ୍ । ଦିଲ୍ଲୀ ପୋଲିସର ସାଇବର ୱିଙ୍ଗ ଏହି ରେଡ କରୁଛି । ଆଇପି ଆଡ୍ରେସକୁ ଟ୍ରାକ କରି ଦିଲ୍ଲୀରୁ ଆସିଛନ୍ତି ଓଡ଼ିଶା । ଲକ୍ଷ୍ମୀସାଗର ଥାନା ପୋଲିସ୍ ଏଥିରେ ସହଯୋଗ କରୁଛି । ସାଇବର ୱିଙ୍ଗ କମ୍ପ୍ୟୁଟର ଓ ମୋବାଇଲ ଯାଞ୍ଚ ପାଇଁ ଆସିଛନ୍ତି । ତେବେ ନିର୍ଦ୍ଦିଷ୍ଟ କେଉଁ ମାମଲାରେ ବା ବିଷୟରେ ଏହି ସାଇବର ହ୍ୟାକିଂ ଅଭିଯୋଗ ହୋଇଥିଲା, ତାହା ଜଣାପଡ଼ି ନାହିଁ ।