ଇଣ୍ଡିଗୋ ବିମାନରେ ପରିଚାରିକାଙ୍କୁ ଅସଦାଚରଣ କଲେ ପାଇଲେଟ୍ ! ଥାନାରେ ଏତଲା ଦେଲେ ବିମାନ ପରିଚାରିକା

157

ଇଣ୍ଡିଗୋ ବିମାନରେ ଜଣେ ପାଇଲଟ୍ ସେହି ବିମାନର ଜଣେ ମହିଳା ବିମାନ ପରିଚାରିକାଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି । ଏହି ଘଟଣା ଗତ ଏପ୍ରିଲ ୧୬ ତାରିଖର । ଯେତେବେଳେ ବିମାନଟି ଉଡିବାକୁ ଆରମ୍ଭ କରୁଥିଲା,ସେତେବେଳେ ବିମାନର ପାଇଲଟ୍ ଓ୍ଵାସରୁମରେ ଥିଲେ,ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି ଯେ ପାଇଲଟ୍ ଜଣକ ତାଙ୍କର ଯୌନ ଶୋଷଣ କରିଛନ୍ତି ।

ପୀଡ଼ିତା କହିଛନ୍ତି ଯେ ଯେତେବେଳେ ସେ ପାଇଲଟଙ୍କୁ ଗରମ ପାଣି ପିଇବାକୁ ଦେବାକୁ ଯାଇଥିଲେ, ସେତେବେଳେ ପାଇଲଟ୍ ଜଣକ ପର‌୍ୟ୍ୟବେକ୍ଷକଙ୍କ ସିଟରେ ବସିଥିଲେ । ପାଇଲଟ୍ ତାଙ୍କ ସହ ସେଲଫି ନେବାକୁ କହିଥିଲେ । ଏହାପରେ ସେ ତାଙ୍କର ଯୌନ ଶୋଷଣ କରିଥିଲେ । ପୀଡ଼ିତା ମହିଳା କର୍ମଚାରୀ ଜଣକ କହିଛନ୍ତି ଯେତେବେଳେ ସେ ବେଙ୍ଗଲୁରୁ-ଅମୃତସର-ଶ୍ରୀନଗର-ଦିଲ୍ଲୀ ବିମାନ ଭିତରେ ଥିଲେ,ସେତେବେଳେ ଏହି ଘଟଣା ଘଟିଥିଲା । ପୀଡ଼ିତାଙ୍କ ଅଭିଯୋଗକ୍ରମେ,ପୁଲିସ ମାମଲା ରୁଜ୍ଜୁ କରିଛି । ତା’ସହିତ ଏହି ଘଟଣାର ଡିଜିସିଏ ମଧ୍ୟ ତଦନ୍ତ କରୁଛି । ଏ ସଂପର୍କରେ ଅଭିଯୁକ୍ତ ପାଇଲଟ୍ ମୁହଁ ଖୋଲି ନାହାନ୍ତି ।