ଇଣ୍ଡିଗୋ ବିମାନରେ ଜଣେ ପାଇଲଟ୍ ସେହି ବିମାନର ଜଣେ ମହିଳା ବିମାନ ପରିଚାରିକାଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି । ଏହି ଘଟଣା ଗତ ଏପ୍ରିଲ ୧୬ ତାରିଖର । ଯେତେବେଳେ ବିମାନଟି ଉଡିବାକୁ ଆରମ୍ଭ କରୁଥିଲା,ସେତେବେଳେ ବିମାନର ପାଇଲଟ୍ ଓ୍ଵାସରୁମରେ ଥିଲେ,ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି ଯେ ପାଇଲଟ୍ ଜଣକ ତାଙ୍କର ଯୌନ ଶୋଷଣ କରିଛନ୍ତି ।
ପୀଡ଼ିତା କହିଛନ୍ତି ଯେ ଯେତେବେଳେ ସେ ପାଇଲଟଙ୍କୁ ଗରମ ପାଣି ପିଇବାକୁ ଦେବାକୁ ଯାଇଥିଲେ, ସେତେବେଳେ ପାଇଲଟ୍ ଜଣକ ପର୍ୟ୍ୟବେକ୍ଷକଙ୍କ ସିଟରେ ବସିଥିଲେ । ପାଇଲଟ୍ ତାଙ୍କ ସହ ସେଲଫି ନେବାକୁ କହିଥିଲେ । ଏହାପରେ ସେ ତାଙ୍କର ଯୌନ ଶୋଷଣ କରିଥିଲେ । ପୀଡ଼ିତା ମହିଳା କର୍ମଚାରୀ ଜଣକ କହିଛନ୍ତି ଯେତେବେଳେ ସେ ବେଙ୍ଗଲୁରୁ-ଅମୃତସର-ଶ୍ରୀନଗର-ଦିଲ୍ଲୀ ବିମାନ ଭିତରେ ଥିଲେ,ସେତେବେଳେ ଏହି ଘଟଣା ଘଟିଥିଲା । ପୀଡ଼ିତାଙ୍କ ଅଭିଯୋଗକ୍ରମେ,ପୁଲିସ ମାମଲା ରୁଜ୍ଜୁ କରିଛି । ତା’ସହିତ ଏହି ଘଟଣାର ଡିଜିସିଏ ମଧ୍ୟ ତଦନ୍ତ କରୁଛି । ଏ ସଂପର୍କରେ ଅଭିଯୁକ୍ତ ପାଇଲଟ୍ ମୁହଁ ଖୋଲି ନାହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/Capture-20.jpg)
/kanak/media/post_attachments/wp-content/uploads/2019/04/indigo-kpxC-621x414@LiveMint_1556274082148-300x169.jpg)