ଚାଷୀ-ଦିଲ୍ଲୀ ପୋଲିସ ଭିତରେ ବୈଠକ ଶେଷ । ଟ୍ରାକ୍ଟର ରାଲିକୁ ଅନୁମତି ଦେଲାନି ଦିଲ୍ଲୀ ପୋଲିସ । ରିଙ୍ଗ ରୋଡରେ ରାଲି କରିବାକୁ ଚାଷୀ ସଙ୍ଗଠନର ନିଷ୍ପତ୍ତି

125

କନକ ବ୍ୟୁରୋ : ଟ୍ରାକ୍ଟର ରାଲିକୁ ନେଇ ଚାଷୀ-ଦିଲ୍ଲୀ ପୋଲିସ ଭିତରେ ଗୁରୁବାର ବୈଠକ ଶେଷ ହୋଇଛି । ଏହି ବୈଠକରେ ଚାଷୀଙ୍କୁ ଟ୍ରାକ୍ଟର ରାଲି ପାଇଁ ଅନୁମତି ଦେବାକୁ ଦିଲ୍ଲୀ ପୋଲିସ ସିଧାସିଧା ମନା କରିଦେଇଛି । ଅନ୍ୟପଟେ ଚାଷୀ ସଙ୍ଗଠନମାନେ ରିଙ୍ଗ୍ ରୋଡରେ ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ଦୀର୍ଘ ଦିନ ହେଲା ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି । ଜାନୁଆରୀ ୨୬ ତାରିଖରେ ଚାଷୀମାନେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିବାକୁ ଚେତାବନୀ ଦେଇଥିଲେ । ହେଲେ ଦିଲ୍ଲୀ ପୋଲିସ ଏହାକୁ ଅନୁମତି ଦେବାକୁ ମନା କରିଦେଇଛି । ଜାନୁଆରୀ ୨୬ ତାରିଖରେ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପାଳନ ହେବାକୁ ଅଛି । ଏହି ସମୟରେ ଟ୍ରାକ୍ଟର ରାଲି ବାହାରିଲେ ଦିଲ୍ଲୀରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡିବାର ଭୟ ରହିଛି । ଯାହାକୁ ଆଖି ଆଗରେ ରଖି ଦିଲ୍ଲୀ ପୋଲିସ ଏହି ଟ୍ରାକ୍ଟର ରାଲିକୁ ଅନୁମତି ଦେଇନି ।