ଦିଲ୍ଲୀ ପୁଲିସକୁ ମିଳିଲା ଡିସଇନଫେକ୍ଟ ମେସିନ୍ : ଆଉ ଧୋଇବାକୁ ପଡିବନି ଖାକି ପୋଷାକ , ମାତ୍ର ୧୦ ମିନିଟରେ ସାନିଟାଇଜ୍ ହେବ ୩୦ ଯୋଡ଼ି ପୋଷାକ । 

181

ଖାକି ପୋଷାକରେ ଥିବା କରୋନା ଯୋଦ୍ଧାଙ୍କ ପାଇଁ କବଚ ପ୍ରସ୍ତୁତ କଲା ଡିଆରଡିଓ । ଆଉ ଧୋଇବାକୁ ପଡିବନି ଖାକିପୋଷାକ , ଲାଠି, ହେଲମେଟ୍ ଏବଂ ବେଲ୍ଟ୍ । ମାତ୍ର ୧୦ ମିନିଟରେ ଡିସଇନଫେକ୍ଟ ହୋଇଯିବ ସବୁ ଜିନିଷ । ଆଜ୍ଞା ହଁ ଏଭଳି ଏକ ଖବର ଆସିଛି ଭାରତର ରାଜଧାନୀ ଦିଲ୍ଲୀରୁ । ଦିଲ୍ଲୀର ରାଜରାସ୍ତାରେ ୨୪ ଘଣ୍ଟା ପ୍ରହରା ଦେଉଥିବା ଦିଲ୍ଲୀ ପୁଲିସ୍ ଏବେ କରୋନା ସଂକ୍ରମଣ ଘେରରେ ଆସୁଛନ୍ତି । ପୁଲିସକୁ କୋଭିଡ୍-୧୯ ସଂକ୍ରମଣରୁ ବଂଚାଇବା ପାଇଁ ସରକାର ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଥାନାରେ କାମ କରିବାର ଗାଇଡଲାଇନ୍ ମଧ୍ୟ ବଦଳିଯାଇଛି । ଏଭଳି ସ୍ଥିତିରେ ଡିଆରଡିଓ ପକ୍ଷରୁ ଦିଲ୍ଲୀ ପୁଲିସକୁ କରୋନା ସଂକ୍ରମଣରୁ ବଂଚାଇବା ପାଇଁ ଏକ ମେସିନ୍ ପ୍ରସ୍ତୁତ କରାଯାଇଛି । ଏହି ମେସିନ୍ ଜରିଆରେ ମାତ୍ର ୧୦ ମିନିଟରେ ପୁଲିସର ନିତ୍ୟବ୍ୟବହୃତ ଜିନିଷ ଡିସଇନଫେକ୍ଟ ହୋଇପାରିବ ।

ଏହି ମେସିନକୁ ସର୍ବପ୍ରଥମେ ଦିଲ୍ଲୀ ବିଧାନସଭା ରାସ୍ତା ଥାନାରେ ଲଗାଯାଇଛି । ମେସିନର ଖାସ୍ କଥା ହେଉଛି ୭୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ଏହା ଭାଇରସକୁ ନଷ୍ଟ କରିଦେଇଥାଏ । ଏଥିରେ ଥରକରେ ୩୦ ଯୋଡ଼ି ଖାକି ପୋଷାକ ମାତ୍ର ୧୦ ମିନିଟରେ ସାନିଟାଇଜ୍ ହୋଇପାରିବ । ଏହାର ନାଁ ରହିଛି “ଜର୍ମୀ କ୍ଲିନ୍” । ଏଥିରେ କଣ୍ଟ୍ରୋଲ୍ ଚ୍ୟାମ୍ବର ମଧ୍ୟ ରହିଛି ଯେଉଁଥିରେ ତାପମାନକୁ କଣ୍ଟ୍ରୋଲ୍ କରାଯାଇପାରିବ ।