ଆପଣା ସୁନା ତ ଭେଣ୍ଡି କହିବ କାହାକୁ ! ଦିଲ୍ଲୀ ପୋଲିସ୍ କନେଷ୍ଟବଳଙ୍କ କଟିଲା ଚାଲାଣ୍ , ବିନା କାଗଜପତ୍ରରେ ଚଲାଉଥିଲେ ଗାଡ଼ି ।
ଆପଣା ସୁନା ତ ଭେଣ୍ଡି କହିବ କାହାକୁ । ଏହି ଲୋକ କଥାଟି ଏବେ ପ୍ରଚଳିତ ହୋଇଥିବା ନୂଆ ଟ୍ରାଫିକ୍ ନିୟମରେ ଅଧିକ କୁହାଯାଉଛି । ମୁଣ୍ଡରେ ହେଲମେଟ୍ ନଥିଲେ ଏବଂ ବିନା କାଗଜପତ୍ରରେ ଗାଡି ଚଲାଇଲେ ଲୋକଙ୍କ ପାଇଁ ଏହି ନିୟମରେ କଠୋର ଜରିମାନା ଆଦାୟ କରାଯାଉଛି । କିନ୍ତୁ ଖୋଦ୍ ପୋଲିସ୍ ଯଦି ଏହି ନିୟମ ପାଳନ ନକରି ନିଜ ବିଭାଗ ହାତରେ ହିଁ ପଡି ମୋଟାଅଙ୍କର ଟଙ୍କା ଗଣୁଛି ତେବେ ଆଉ କହିବ କ’ଣ! ଏଭଳି ଏକ ଘଟଣା ଏବେ ଦିଲ୍ଲୀ ପୋଲିସ୍ ବିଭାଗରେ ଦେଖିବାକୁ ମିଳିିଛି । ଜଣେ କନେଷ୍ଟବଳ ବିନା ବିମା ଏବଂ ପିୟୁୁସିରେ କାର୍ ଚଲାଇ ଚାଲାଣ୍ ଦେବା ଘଟଣା ଏବେ ସାମ୍ନାକୁ ଆସିଛି । କାର୍ ର କାଚ ମଧ୍ୟ କଳା ପଡିଯାଇଥିଲା । ଏହାଛଡା ଉକ୍ତ କନେଷ୍ଟବଳଙ୍କ ବିରୁଦ୍ଧରେ ଅନୁଶାସନାତ୍ମକ ଅଭିଯୋଗ ମଧ୍ୟ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ମଙ୍ଗଳବାର ଜଣେ ଦମ୍ପତୀ ଜୋନଲ୍ ଅଧିକାରୀଙ୍କୁ ଏନେଇ ଅଭିଯୋଗ କରିଥିôଲେ ଯେ ଟ୍ରାଫିକ୍ ସିଗନାଲ୍ ପାଖରେ ଏକ ଗାଡି ଠିଆ ହେଉଛି ଯାହାର କାଚ କଳା ପଡିଥିôବା ସହ ଏହାର ରେଜିଷ୍ଟ୍ରେସନ୍ ନମ୍ବର ଦିଲ୍ଲୀର ରହିଛି । ତେବେ ପୋଲିସ୍ ପକ୍ଷରୁ ଏହି ଗାଡି କନେଷ୍ଟବଳ ବିଶାଲ୍ ଡବାସ୍ ଙ୍କ ଥିବା ଜଣାପଡିଥିଲା । ନୂଆ ମୋଟର ଯାନ ଆଇନ୍ ଅନୁସାରେ ବିନା ବିମା ଏବଂ ପିୟୁସି ନଥିବା କାରଣରୁ ତାଙ୍କର ମଧ୍ୟ ଚାଲାଣ କଟିଥିଲା । କେବଳ ଏତିକି ନୁହେଁ ଗାଡିର ନମ୍ବର ପ୍ଲେଟ୍ ରେ ମଧ୍ୟ ତୃଟି ଦେଖାଯାଇଥିଲା । ତେବେ କାର୍ କୁ ଏବେ ସିଜ୍ କରାଯାଇଛି । କନେଷ୍ଟବଳ ବିଶାଲଙ୍କ କହିବାନୁସାରେ , କାର୍ ହେଉଛି ତାଙ୍କ ଭାଇଙ୍କ ଯାହାକୁ ସେ ବ୍ୟବହାର କରୁଥିଲେ । ଏନେଇ କନେଷ୍ଟବଳଙ୍କ ଉପରେ ବିଭାଗୀୟ ଜାଞ୍ଚ୍ ହେବା ଆରମ୍ଭ ହୋଇଯାଇଛି ।