ଦୁର୍ବ୍ୟବହାର ମାମଲାରେ ସ୍ୱାତୀ ମାଲିୱାଲଙ୍କ ଘରେ ଦିଲ୍ଲୀ ପୁଲିସ: ଅଭିଯୁକ୍ତ ବୈଭବ କୁମାରଙ୍କୁ ଜାତୀୟ ମହିଳା କମିସନର ନୋଟିସ

69

କନକ ବ୍ୟୁରୋ: ସ୍ୱାତୀ ମାଲିୱାଲ ମାମଲାରେ ଛନ୍ଦି ହୋଇପଡିଛି ଆମ ଆଦମୀ ପାର୍ଟି । ଅଭିଯୋଗକୁ ୩ଦିନ ପୂରିଥିଲେ ବି କାହିଁକି ସ୍ୱାତୀ ସାମ୍ନାକୁ ଆସୁନାହାଁନ୍ତି ତାକୁ ନେଇ ସନ୍ଦେହ ବଢ଼ୁଛି । ସେପଟେ କେଜ୍ରିୱାଲଙ୍କ ସହ ବୈଭବ ଏକାଠି ନଜର ଆସିବା ଦଳ ପାଇଁ ଯେତିକି ଅଡୁଆ ଆଣିଛି ବିଜେପିକୁ ଟାର୍ଗେଟ କରିବାକୁ ସେତିକି ମୌକା ଦେଇଛି । ଏବେ ପ୍ରଶ୍ନ ଉଠୁଛି ଯେଉଁ ଦଳ ଅନ୍ୟାୟ ବିରୋଧରେ ସବୁବେଳେ ଲଢ଼ୁଥିବା କହେ ତାର ଆଭିମୁଖ୍ୟ କ’ଣ ରହିବ? ନିର୍ବାଚନ ତାତି ଭିତରେ ମାମଲା ଚାପି ହୋଇଯିବ ନା ସ୍ୱାତୀଙ୍କୁ ନ୍ୟାୟ ଦେବାକୁ ଦଳ ଆଗେଇ ଆସିବ ।

ନିଜ ସହ ଦୁର୍ବ୍ୟହାର ହୋଇଥିବା ଅଭିଯୋଗ ଆଣିଥିଲେ । ଦିଲ୍ଲୀ ପୁଲିସକୁ ଫୋନ କରି ଘଟଣା ବାବଦରେ ମଧ୍ୟ ଜଣାଇଥିଲେ । କିନ୍ତୁ ଘଟଣାକୁ ୩ଦିନ ପୂରିଥିଲେ ବି ମୌଖିକ କିମ୍ବା ଲିଖିତ ଆକାରରେ ସ୍ୱାତୀ ମାଲିୱାଲ କାହିଁକି ଅଭିଯୋଗ କରିନାହାଁନ୍ତି ବୋଲି ସେ ନେଇ ପ୍ରଶ୍ନ ଉଠିଛି । ସେପଟେ ହରଡଘଣାରେ ପଡିିଥିବା ଆପ ଘଟଣାକୁ ସମ୍ଭାଳିବା ପାଇଁ ଯଥା ସମ୍ଭବ ଚେଷ୍ଟା ଚଳାଇଛି । ସାଂସଦ ସଂଜୟ ସିଂ ସ୍ୱାତୀଙ୍କୁ ଭେଟିଛନ୍ତି । ତେବେ ଅରବିନ୍ଦ କେଜ୍ରିୱାଲଙ୍କୁ ସ୍ୱାତୀଙ୍କ ବାବଦରେ ପ୍ରଶ୍ନ ପଚରାଯାଏ ସେ ମାଇକକୁ ଏଡାଇ ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି)

ମଦ ଦୁର୍ନତୀ ମାମଲାରେ ଆମ ଆଦମୀ ପାର୍ଟି ପାଇଁ ବଡ ସମସ୍ୟା ନେଇ ଆସିଥିବାବେଳେ ଏବେ ସ୍ୱାତୀଙ୍କ ସହ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କ ଦୁର୍ବ୍ୟବହାର ଦଳର ତଂଟିରେ କଂଟା ସାଜିଛି । ଏହାକୁ ବଡ ପ୍ରସଙ୍ଗ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି । (ସେପଟେ କେଜ୍ରିୱାଲଙ୍କ ସହ ଅଭିଯୁକ୍ତ ବୈଭବ କୁମାର ଏକାଠି ଦେଖାଯିବାକୁ ନେଇ ପ୍ରଶ୍ନ ମଧ୍ୟ ଉଠାଇଛି ଦଳ)

ପ୍ରଶ୍ନ ଉଠୁଛି ସ୍ୱାତୀଙ୍କ ପ୍ରତି ଦୁର୍ବ୍ୟହାର ହୋଇଥିବା ଯଦି ଦଳ ସ୍ୱିକାର କରିସାରିଛି ତେବେ କାହିଁକି ବୈଭବଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି । ନିର୍ବାଚନ ଭିତରେ ମାମଲା ଚପି ଯିବ ନା ସ୍ୱାତୀଙ୍କୁ ମିଳିବ ନ୍ୟାୟ । ଅନ୍ୟପଟେ ଆକ୍ସନ ମୋଡରେ ଆସିଛି ଜାତୀୟ ମହିଳା କମିଶନା ସମନ ଜାରି କରି ମେ ୧୭ରେ ହାଜର ହେବାକୁ କହିଛି କମିଶନ ।