ରକ୍ଷକ ଯେତେବେଳେ ଭକ୍ଷକ ସାଜେ ! ବ୍ୟବସାୟୀଙ୍କୁ ଅପହରଣ କରି ଲକ୍ଷାଧିକ ଟଙ୍କା ଛଡାଇନେଲା ପୋଲିସ୍ ।

ରକ୍ଷକ ଯେତେବେଳେ ଭକ୍ଷକ ସାଜେ ! ବ୍ୟବସାୟୀଙ୍କୁ ଅପହରଣ କରି ଲକ୍ଷାଧିକ ଟଙ୍କା ଛଡାଇନେଲା ପୋଲିସ୍ ।

Amar Ujala

ନିଜ ଉପରେ ବିପଦ ଆସିଲେ ଲୋକମାନେ ସାଧାରଣତଃ ପୁଲିସ ନିକଟକୁ ଯାଇଥାନ୍ତି। ପୁଲିସ ସେମାନଙ୍କୁ ସୁରକ୍ଷାର ଗ୍ୟାରେଣ୍ଟି ଦେବା ସହ ସେମାନଙ୍କୁ ବିପଦରୁ ଉଦ୍ଧାର କରିଥାଏ। କିନ୍ତୁ ପୁଲିସ ଯଦି ରକ୍ଷକ ହେବା ବଦଳରେ ଭକ୍ଷକ ସାେଜ ତା’ହେଲେ ଲୋକମାନଙ୍କ ଭରସା ତୁଟିବାଟା ଥୟ। ହରିୟାଣାରେ ଏବେ ସେଭଳି ଏକ ଅଭାବନୀୟ ଘଟଣା ଘଟିଛି। ୩ ଜଣ ପୁଲିସ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଅପହରଣ କରିବା ଏବଂ ମୁଣ୍ଡଜାମିନ ପାଇଁ ୧୯ ଲକ୍ଷ ଟଙ୍କା ଦାବି କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମିଳିଥିବା ଖବର ମୁତାବକ, ହରିୟାଣା ପୁଲିସର ବାହାଦୁରଗଡ଼ ଏସ୍ଟିଏଫ୍ (ସ୍ପେସାଲ ଟାସ୍କ ଫୋର୍ସ)ର ୩ ଜଣ ପୁଲିସ ଦିଲ୍ଲୀର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ବନ୍ଧୁକ ମୁନରେ ଅପହରଣ କରିନେଇଥିଲେ। ଏହାପରେ ତାଙ୍କୁ ଏକ ଗୁପ୍ତ ସ୍ଥାନକୁ ନେଇଯାଇଥିଲେ। ବ୍ୟବସାୟୀଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ। କୌଣସି ରାଗ ରଖି ନୁହେଁ, ବରଂ ଟଙ୍କା ପାଇଁ ଏଭଳି କାଣ୍ଡ ରଚିଥିଲେ। ଶେଷରେ ସେମାନେ ତାଙ୍କୁ ଛାଡ଼ିବା ପାଇଁ ୧୯ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ। ବିଚରା ବ୍ୟବସାୟୀ ଜଣକ ନିଜର ଜଣେ ବନ୍ଧୁଙ୍କ ଜରିଆରେ ୧୯ ଲକ୍ଷ ଟଙ୍କା ଦେବା ପରେ ସେମାନେ ତାଙ୍କୁ ଛାଡ଼ିଦେଇଥିଲେ। ପରେ ବ୍ୟବସାୟୀଙ୍କ ଅଭିଯୋଗକ୍ରମେ ଏଏସ୍ଆଇ ସନ୍ଦୀପ, ଏଏସ୍ଆଇ ଲୋକେଶ ଏବଂ କନେଷ୍ଟବଳ ପ୍ରମୋଦଙ୍କୁ ପ୍ରାରମ୍ଭିକ ତଦନ୍ତ ପରେ ଅପହରଣ ମାମଲାରେ ନିଲମ୍ବିତ କରାଯାଇଛି।

publive-image

ଅକ୍ଟୋବର ୩୧ ତାରିଖରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ୩ ଏସ୍ଟିଏଫ୍ ପୁଲିସ ରଞ୍ଜିତ ନଗର ଅଞ୍ଚଳରୁ ବ୍ୟବସାୟୀଙ୍କୁ ଅପହରଣ କରିନେଇଥିଲେ। ୧୯ ଲକ୍ଷ ଟଙ୍କା ଦେଇ ଖସିଆସିବା ପରେ ଉକ୍ତ ବ୍ୟବସାୟୀ ଜଣଙ୍କ ଦିଲ୍ଲୀ ପୁଲିସ୍ରେ ଏନେଇ ଅଭିଯୋଗ କରିଥିଲେ। କିନ୍ତୁ ଦିଲ୍ଲୀ ପୁଲିସ ତାଙ୍କ ଅଭିଯୋଗ ରଖିନଥିଲା। ପୁଲିସକୁ ଏହା ଅଜବ ଲାଗିଥିଲା। ଶେଷରେ ବ୍ୟବସାୟୀ ଜଣକ ଦିଲ୍ଲୀ କୋର୍ଟରେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ହରିୟାଣା ପୁଲିସ ଡିଜି ବି ଏସ୍ ସାନ୍ଧୁ ଖବର ପାଇବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏସ୍ଟିଏଫ୍ ଦ୍ବାରା ଉକ୍ତ ଘଟଣାରେ ପ୍ରାରମ୍ଭିକ ତଦନ୍ତ ହେବା ପରେ ଉପରୋକ୍ତ ୩ ପୁଲିସ ଅପହରଣ କରିଥିବା ଜଣାପଡ଼ିଥିଲା। ଏହାପରେ ସେମାନଙ୍କୁ ନିଲମ୍ବିତ କରାଯାଇଛି। ସବୁଠୁ ଆଶ୍ଚର‌୍ୟ୍ୟଜନକ ଘଟଣା ହେଉଛି ଏନ୍ସିଆରରେ ଘଟୁଥିବା ଅପରାଧ ନିୟନ୍ତ୍ରଣ ପାଇଁ ନିକଟରେ ହରିୟାଣା ପୁଲିସ ଏସ୍ଟିଏଫ୍ ଟିମ୍ ପଠାଇଥିଲା। ସେହି ଏସ୍ଟିଏମ୍ ସଦସ୍ୟମାନେ ହିଁ ଏଭଳି ଅଭାବନୀୟ କାଣ୍ଡ ଘଟାଇବା ପରେ ହରିୟାଣା ପୁଲିସକୁ ବଦ୍ନାମ ହେବାକୁ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe