ଗିରଫ ହେଲା ୩୦ ଲକ୍ଷ ପୁରସ୍କାର ରାଶି ଥିବା ନକ୍ସଲ ନେତା, ଦିଲ୍ଲୀ ପୋଲିସ ନେପାଳରୁ କଲା ଗିରଫ

Advertisment
ଗିରଫ ହେଲା ୩୦ ଲକ୍ଷ ପୁରସ୍କାର ରାଶି ଥିବା ନକ୍ସଲ ନେତା, ଦିଲ୍ଲୀ ପୋଲିସ ନେପାଳରୁ କଲା ଗିରଫ

କନକ ବ୍ୟୁରୋ: ଝାଡଖଣ୍ଡରେ ଅନେକ ବର୍ଷ ପର୍ଯ୍ୟନ୍ତ ନକ୍ସଲ ଗତିବିଧିକୁ ବଢାଇଚାଲିଥିବା କୁଖ୍ୟାତ ନକ୍ସଲ ଦିନେଶ ଗୋପ ଗିରଫ । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ ଏବଂ ଏନଆଇଏ ଟିମ୍ ତାକୁ ନେପାଳରୁ ଗିରଫ କରିଛି । ଦିନେଶ ପିଏଲଏଫଆଇର ମୁଖ୍ୟ ରହିସାରିଛି । ତା ଉପରେ ଝାଡଖଣ୍ଡ ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ସେହିପରି ଏନଆଇଏ ମଧ୍ୟ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖିଥିଲା ।

ନକ୍ସଲ ନେତା ଦିନେଶକୁ ପୁଲିସ ଏବଂ ସିଆରପିଏଫ ୧୫ ବର୍ଷ ଧରି ଖୋଜିବାରେ ଲାଗିଥିଲେ । ଦିନେଶ ଗୋପ ଝାଡଖଣ୍ଡରେ ଅନେକ ବର୍ଷ ଯାଏ ନକ୍ସଲ ଗତିବିଧିର ନେତୃତ୍ୱ ନେଉଥିଲା । ତା ଉପରେ ମଧ୍ୟ ଶହେରୁ ଅଧିକ ଅପରାଧିକ ମାମଲା ରହିଛି । ତାର ଅନେକ ସାଥି ମଧ୍ୟ ବର୍ତ୍ତମାନ ଫେରାର ରହିଛନ୍ତି ।

ପିଏଲଏଫଆଇ ମୁଖ୍ୟକୁ ଝାଡଖଣ୍ଡ ପୁଲିସ ଏନଆଇଏ ସହଯୋଗରେ ନେପାଳରୁ ଗିରଫ କରିଛି । ଝାଡଖଣ୍ଡର୍ ପ୍ରତିବନ୍ଧିତ ଉଗ୍ରବାଦୀ ସଂଗଠନ ପିଏଲଏଫଆଇର ମୁଖ୍ୟ ଦିନେଶ ଗୋପକୁ ମିଳିତ ପ୍ରୟାସରେ ନେପାଳରୁ ଗିରଫ କରାଯିବା ପରେ ଦିଲ୍ଲୀ ଅଣାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe