କନକ ବ୍ୟୁରୋ: ଝାଡଖଣ୍ଡରେ ଅନେକ ବର୍ଷ ପର୍ଯ୍ୟନ୍ତ ନକ୍ସଲ ଗତିବିଧିକୁ ବଢାଇଚାଲିଥିବା କୁଖ୍ୟାତ ନକ୍ସଲ ଦିନେଶ ଗୋପ ଗିରଫ । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ ଏବଂ ଏନଆଇଏ ଟିମ୍ ତାକୁ ନେପାଳରୁ ଗିରଫ କରିଛି । ଦିନେଶ ପିଏଲଏଫଆଇର ମୁଖ୍ୟ ରହିସାରିଛି । ତା ଉପରେ ଝାଡଖଣ୍ଡ ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ସେହିପରି ଏନଆଇଏ ମଧ୍ୟ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖିଥିଲା ।
ନକ୍ସଲ ନେତା ଦିନେଶକୁ ପୁଲିସ ଏବଂ ସିଆରପିଏଫ ୧୫ ବର୍ଷ ଧରି ଖୋଜିବାରେ ଲାଗିଥିଲେ । ଦିନେଶ ଗୋପ ଝାଡଖଣ୍ଡରେ ଅନେକ ବର୍ଷ ଯାଏ ନକ୍ସଲ ଗତିବିଧିର ନେତୃତ୍ୱ ନେଉଥିଲା । ତା ଉପରେ ମଧ୍ୟ ଶହେରୁ ଅଧିକ ଅପରାଧିକ ମାମଲା ରହିଛି । ତାର ଅନେକ ସାଥି ମଧ୍ୟ ବର୍ତ୍ତମାନ ଫେରାର ରହିଛନ୍ତି ।
ପିଏଲଏଫଆଇ ମୁଖ୍ୟକୁ ଝାଡଖଣ୍ଡ ପୁଲିସ ଏନଆଇଏ ସହଯୋଗରେ ନେପାଳରୁ ଗିରଫ କରିଛି । ଝାଡଖଣ୍ଡର୍ ପ୍ରତିବନ୍ଧିତ ଉଗ୍ରବାଦୀ ସଂଗଠନ ପିଏଲଏଫଆଇର ମୁଖ୍ୟ ଦିନେଶ ଗୋପକୁ ମିଳିତ ପ୍ରୟାସରେ ନେପାଳରୁ ଗିରଫ କରାଯିବା ପରେ ଦିଲ୍ଲୀ ଅଣାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/jharakhand.jpg)