ଦିଲ୍ଳୀରୁ ପାକିସ୍ତାନୀ ଆତଙ୍କବାଦୀ ଗିରଫ, କ’ଣ ଥିଲା ଯୋଜନା?

224

କନକ ବ୍ୟୁରୋ : ଦିଲ୍ଲୀରୁ ପାକିସ୍ତାନୀ ଆତଙ୍କବାଦୀ ଗିରଫ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଲକ୍ଷ୍ମୀନଗର ଅଂଚଳରୁ ଆତଙ୍କବାଦୀକୁ ଗିରଫ କରିଛି । ଏହି ଆତଙ୍କବାଦୀ ଭାରତୀୟ ନାଗରିକର ଫେକ୍ ଆଇଡି ସହ ରହୁଥିଲା । ତା ନିକଟରୁ ଏକେ-୪୭ ରାଇଫଲ, ହ୍ୟାଣ୍ଡ ଗ୍ରେନେଡ୍, ୫୦ ରାଉଣ୍ଡର ଦୁଇଟି ପିସ୍ତଲ ଜବତ ହୋଇଛି । ଏହି ଆତଙ୍କବାଦୀକୁ ଆଇଏସ୍ଆଇ ଭାରତରେ ଆକ୍ରମଣ ପାଇଁ ଟ୍ରେନିଂ ଦେଇଥିଲା ।

ଗିରଫ କରାଯିବା ପରେ ଏବେ ତାକୁ ପଚରାଉଚରା କରାଯାଉଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ପକ୍ଷରୁ କୁହାଯାଇଛି ଯେ, ଗତକାଲି ରାତି ୯ଟା ୩୦ରେ ମହମ୍ମଦ ଅସରଫ୍ ଓରଫ୍ ଅଲ୍ଲୀ ନାମକ ଏକ ପାକିସ୍ତାନୀକୁ ଗିରଫ କରାଯାଇଛି । ସେ ଭାରତୀୟ ନାଗରିକ ଭାବେ ରହୁଥିଲା । ନୁରୀ ନାଁରେ ଏକ ଫେକ୍ ଆଇଡି କରିଥିଲା । ଏଥିପାଇଁ ସେ ଜାଲ କାଗଜପତ୍ର ବ୍ୟବହାର କରିଥିଲା । ଦିଲ୍ଲୀରେ ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି । ଏଥିପାଇଁ ସେ ନେପାଳ ରାସ୍ତା ଦେଇ ଭାରତରେ ପ୍ରବେଶ କରିଥିଲା ।

ଦିଲ୍ଳୀରୁ ପାକିସ୍ତାନୀ ଆତଙ୍କବାଦୀ ଗିରଫ
ନାଁ- ମୁହମ୍ମଦ ଅଶରଫ
ଛଦ୍ମନାମ-ଅଲୀ ଅହମଦ ନୁର
ପାକିସ୍ତାନ ନାଗରିକ

ଆତଙ୍କବାଦୀ ନିକଟରୁ କ’ଣ ମିଳିଲା?
ଜାଲ ଭାରତୀୟ ପାସ୍ପୋର୍ଟ
ଏକେ-୭୪ ଓ ପିସ୍ତଲ
ଦୁଇଟି ମୋବାଇଲ ଫୋନ୍

କ’ଣ ଥିଲା ଯୋଜନା ?
ଦିଲ୍ଲୀ ସମେତ ଅନ୍ୟ କିଛି ସହରରେ ଆକ୍ରମଣ ଯୋଜନା
ଆଇଏସ୍ଆଇରୁ ମିଳିଥିଲା ଟ୍ରେନିଂ
ନେପାଳ ରାସ୍ତାରେ ଦିଲ୍ଲୀ ଆସିଥିଲା