କନକ ବ୍ୟୁରୋ : ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ସହ ଜଡିତ ଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଓଡ଼ିଶାର ଅବଦୁର ରେହେମାନଙ୍କୁ ସାଢେ ୭ ବର୍ଷ ସଜ୍ଜା ଶୁଣାଣିଲେ ଦିଲ୍ଲୀ କୋର୍ଟ । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଅବଦୁର ରେହେମାନଙ୍କ ସହ ଅନ୍ୟ ୩ ତିନି ଅଭିଯୁକ୍ତଙ୍କୁ ସାଢେ ୭ ବର୍ଷର ସଜା ଶୁଣାଇଲେ କୋର୍ଟ । ଅବଦୁର ରେହେମାନ, ମହମ୍ମଦ ଆସିଫ, ଜାଫର ମାସୁଦ ଓ ଅବଦୁଲ ସାମିଙ୍କୁ ଅନଲଫୁଲ ଆକ୍ଟିଭିଟିଜ୍ ପ୍ରିଭେନସନ ଆକ୍ଟର ଧାରା ୧୮ ଏବଂ ୧୮-ବିରେ ଦୋଷୀ ସାବ୍ୟସ୍ତ କରାଯାଇଛି ।

Advertisment

ଭାରତର ଏହି ଉଗ୍ରବାଦୀ ନେଟୱାର୍କର ପ୍ରସାର ପ୍ରଚାର ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ କିଛି ଦିନ ତଳେ ଦାଷୀ ସାବ୍ୟସ୍ତ କରିଥିଲେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ଉଲେଖଯୋଗ୍ୟ, ୨୦୧୫ରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଅବଦୁର ରେହେମାନଙ୍କୁ କଟକ ଜଗତପୁର ଅଞ୍ଚଳରୁ ଗିରଫ କରିଥିଲା । ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ପୁଲିସ ଦାଖଲ କରିଥିବା ଚାର୍ଜସିଟରେ ଅବଦୁର ରେହେମାନ ବେଆଇନ ଭାବେ ପାକିସ୍ତାନ ଗସ୍ତ କରି ପାକିସ୍ତାନର ଆତଙ୍କୀ ସଙ୍ଗଠନଗୁଡିକୁ ଭେଟିଥିବା କୁହାଯାଇଛି ।