ସୈତାନ ପାଇବେ ସଜା । ୪ ଅଭିଯୁକ୍ତଙ୍କ ବିରୋଧରେ ଜାରି ହେଲା ଡେଥ୍ ୱାରେଣ୍ଟ, ଜାନୁଆରୀ ୨୨ରେ ଫାଶୀ ଖୁଣ୍ଟରେ ଝୁଲିବେ ୪ ସୈତାନ

795

କନକ ବ୍ୟୁରୋ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କ ନାଁରେ ଜାରି ହେଲା ମୃତ୍ୟୁ ପରୱାନା । ୪ ଅଭିଯୁକ୍ତଙ୍କ ବିରୋଧରେ ମୃତ୍ୟୁ ପରୱାନା ଜାରି କଲେ ପଟିଆଲା ହାଉସ କୋର୍ଟ । ଆସନ୍ତା ୨୨ ଜାନୁଆରୀ ଭୋର ୭ଟାରେ ୪ ଅଭିଯୁକ୍ତଙ୍କୁ ଦିଆଯିବ ଫାଶୀ । ଆଉ ଏଥିପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ତିହାର ଜେଲରେ ୪ ନରରାକ୍ଷସ ଝୁଲିବେ ଫାଶୀ ଖୁଣ୍ଟରେ ।

ଏହାପୂର୍ବରୁ ପଟିଆଲା ହାଉସକୋର୍ଟ ଗତ ଡିସେମ୍ବର ୧୮ରେ ଡେଥ ୱାରେଣ୍ଟ ଉପରେ ଶୁଣାଣି କରିଥିଲେ ମଧ୍ୟ ଏହାକୁ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ । ଆଉ ଆଜି ସମସ୍ତ ପକ୍ଷର ଯୁକ୍ତି ଶୁଣି ସାରିବା ପରେ ୪ ଅଭିଯୁକ୍ତଙ୍କ ବିରୋଧରେ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି । ତେବେ ଏହି ଅଭିଯୁକ୍ତ ମାନେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିପାରନ୍ତି ବୋଲି ସୂଚନା ମିଳିଛି ।

୧୬ ଡିସେମ୍ବର ୨୦୧୨ରେ ଦିଲ୍ଲୀର ପାରା ମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିଲେ ୬ ଜଣ ନରରାକ୍ଷସ । ଜଣେ ଅଭିଯୁକ୍ତ ଜେଲ ଭିତରେ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ନାବାଳକ ଥିବାରୁ ସୁଧାର ଗୃହରେ ସଜା କାଟିବା ପରେ ଛାଡି ଦିଆଯାଇଥିଲା । ଅନ୍ୟ ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।