୪ଘଣ୍ଟାରେ ୪ଜୀବନ ନେଲା ନିଶାଡି ପୁଅ । ପ୍ରଥମେ ଜେଜେ ମାଆ, ପରେ ବାପା, ମାଆ ଓ ଭଉଣୀଙ୍କୁ କରିଥିଲା ହତ୍ୟା

393

କନକ ବ୍ୟୁରୋ : ଏମିତି ପୁଅ କାହାରି ଭାଗ୍ୟରେ ଜନ୍ମ ନନିଅନ୍ତୁ । ନିଜ ଶୁଖ ଶାନ୍ତିର ପରିବାରକୁ ଛାରଖାର କରିଦେଲା ନିଶାଡି ପୁଅ । ନିଜ ବାପା, ମାଆ, ଜେଜେ ମାଆ ଏବଂ ସାନ ଭଉଣୀକୁ ଏକା ସାଙ୍ଗରେ ହତ୍ୟା କଲା ଜଣେ ଯୁବକ । ଏଭଳି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ ।

କିଛି ମାସ ପୂର୍ବରୁ ରିହାବ୍ ସେଣ୍ଟରରୁ ଘରକୁ ଫେରିଥିବା ୨୫ ବର୍ଷିୟ ଯୁବକ କେଶବ ନିଜ ପରିବାରର ୪ଜଣଙ୍କୁ ଏକା ସାଙ୍ଗରେ ହତ୍ୟା କରିଛି । କେଶବ ପ୍ରଥମେ ଜେଜେ ମାଆଙ୍କୁ ହତ୍ୟା କରିଥିଲା । ଜେଜେ ମାଆଙ୍କୁ ଡ୍ରଗ୍ସ ଖାଇବା ପାଇଁ ଟଙ୍କା ମାଗିଥିଲା । କିନ୍ତୁ ଜେଜେ ମାଆ ଟଙ୍କା ଦେଇନଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ଜେଜେ ମାଆଙ୍କୁ ହତ୍ୟା କରିଥିଲେ କେଶବ ।

ପ୍ରଥମିକ ତଦନ୍ତ ରିପୋର୍ଟ ଅନୁସାରେ, ଗତ କିଛିଦିନ ତଳେ କେଶବ ପରିବାର ଲୋକଙ୍କ ସହ ଝଗଡା କରିଥିଲେ । କାହିଁକିନା ଘର ଲୋକ ତାଙ୍କୁ ଚାକିରି କରିବା ପାଇଁ କହୁଥିଲେ । ନିଶା ଛାଡିବା ପାଇଁ ବାଧୟ କରୁଥିଲେ । ଯାହାକୁ ନେଇ କେଶବ ଘରେ ଝଗଡା କରିଥିଲେ । ଗତ ମଙ୍ଗଳବାର ଦିନ ମଧ୍ୟ କେଶବ ତାଙ୍କ ମାଆଙ୍କୁ ଟଙ୍କା ମାଗିଥିଲେ କିନ୍ତୁ ମାଆ ଟଙ୍କା ନଦେବାରୁ କେଶବ ରାଗିକି ଘରୁ ବାହାରିଯାଇଥିଲେ । ଏହାପରେ ବାପା, ମାଆ ଏବଂ ଭଉଣୀ ତାଙ୍କ ଚାକିରିକୁ ଚାଲିଯାଇଥିଲେ । ଘରେ କେବଳ ଜେଜେ ମାଆ ରହିଥିଲେ । ସମୟ ପାଖାପାଖି ସଂଧ୍ୟା ୫.୩୦ ହେବ କେଶବ ଘରକୁ ଫେରିଥିଲେ । ଆଉ ଜେଜେ ମାଆଙ୍କୁ ଟଙ୍କା ମାଗିଥିଲେ । ଜେଜେ ମାଆ ଟଙ୍କା ନଦେବାକୁ ଜେଜେ ମାଆଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଦେଲେ । ଏହାପରେ କେଶବଙ୍କ ବାପା ଦିନେଶ ପାଖାପାଖି ୭.୩୦ରେ ଘରକୁ ଫେରିଥିଲେ । ଘରକୁ ଆସି ତାଙ୍କ ମାଆଙ୍କୁ ଖୋଜିଥିଲେ । ଆଉ ଏହାର ସୁଯୋଗ ନେଇ କେଶବ ତାଙ୍କ ବାପାଙ୍କୁ ଛୁରି ଭୁସି ହତ୍ୟା କରିଦେଲେ । ମୃତ ଶରୀରକୁ ବାଥରୁମରେ ଅତି ଚାଲାକର ସହ ଲୁଚାଇଦେଲେ । ଏତିକିରେ ରାକ୍ଷସ ପୁଅର ମନ ଶାନ୍ତି ହୋଇନଥିଲା । ରାତି ୯ଟାରେ ମାଆ ଘରକୁ ଫେରିଥିଲେ । ସୁଯୋଗ ଦେଖି ମାଆଙ୍କୁ ବି ହତ୍ୟା କରିଥିଲା କେଶବ । ଏହା ପରେ ସାନ ଭଉଣୀଙ୍କୁ ବି ହତ୍ୟା କରିଥିଲା । ମାତ୍ର ୪ଘଣ୍ଟା ମଦ୍ୟରେ ୪ଜଣଙ୍କ ଜୀବନ ନେଇଗଲା କେଶବ ।

ତେବେ ଏନେଇ ତାଙ୍କ ସମ୍ପର୍କିୟ କହିଛନ୍ତି, ୧୦ ବର୍ଷ ବୟସରୁ କେଶବ ନିଶାଶକ୍ତ ହୋଇଯାଇଥିଲେ । ସେ କେବେ କେବେ ଘରୁ କେଉଁଆଡେ ଚାଲିଯାଉଥିଲେ । ପୁଣି କିଛି ଦିନ ପରେ ଘରକୁ ପେରୁଥିଲେ । ଗତ ନବେମ୍ବର ୩ତାରିଖରେ କେଶବ ହଠାତ୍ ଘରୁ କେଉଁଆଡେ ଚାଲିଗଲେ ଏବଂ ୧୯ତାରିଖରେ ଘରକୁ ଫେରିଆସିଲେ । ଆଉ ଏବେ ଏଭଳି ନାରକୀୟ କାଣ୍ଡ ଘଟାଇଛନ୍ତି ।
ପୁଲିସର କହିବା ଅନୁସାରେ, କେଶବ ଯେତେବେଳେ ହତ୍ୟା କଲା, ସେତେବେଳେ ନିଶାରେ ନଥିଲା । ପୁରା ହୋସରେ ରହି ଏହି ହତ୍ୟାକାଣ୍ଡ ଘଟାଇଛି କେଶବ । ନିଶା ଖାଇବା ପାଇଁ ପାଖରେ ପଇସା ନଥିଲା । ତେଣୁ କେଶବ ବାରମ୍ବାର ଆସି ଘରେ ଟଙ୍କା ମାଗୁଥିଲେ । ଘରଲୋକ ଟଙ୍କା ନଦେବାରୁ ରାଗରେ କେଶବ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି ।