ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ : ଆଇଏଲବିଏସ ଲାବ୍ରୋଟୋରୀରୁ ମିଳିଲା କ୍ଲିନିକାଲ ପ୍ରମାଣ

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ଦିଲ୍ଲୀରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ

107

କନକ ବ୍ୟୁରୋ : ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ । ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ କ୍ଲିନିକାଲ ପ୍ରମାଣ ମିଳିଛି । ଆଇଏଲବିସି କ୍ଲିନିକରୁ ଗୋଷ୍ଠୀ ସଂକ୍ରମଣ ନେଇ ପ୍ରମାଣ ମିଳିଛି । ସେପଟେ ଦିଲ୍ଲୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଦିଲ୍ଲୀରେ କରୋନା ଶୀର୍ଷରେ ପହଂଚି ସାରିଛି । ଏବେ ସଂକ୍ରମଣ ଧୀରେ ଧୀରେ କମୁଛି । ଆଜି ୪ ହଜାର କମ୍ ଆକ୍ରାନ୍ତ ଆସିପାରନ୍ତି ବୋଲି କହିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ।