କନକ ବ୍ୟୁରୋ : ନିର୍ଭୟା ମାମଲାରେ ବିଳମ୍ବିତ ହୋଇପାରେ ଫାଶୀ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ୪ଜଣ ଅପରାଧୀଙ୍କୁ ଆସନ୍ତା ୨୨ ତାରିଖରେ ଫାଶୀଦଣ୍ଡ ମିଳି ନପାରେ । ସେମାନଙ୍କ ମୃତ୍ୟୁଦଣ୍ଡ ବିଳମ୍ବିତ ହୋଇପାରେ । ଏ ସଂକ୍ରାନ୍ତରେ ନିୟମରେ ରହିଥିବା ଦୋଷ ଦୁର୍ବଳତାରୁ ଫାଇଦା ଉଠାଇବାକୁ ଉଦ୍ୟମ ଚଳାଇଛନ୍ତି ଦୋଷୀମାନେ ।
ଏହାକୁ ଉଭୟ ଦିଲ୍ଲୀ ଓ କେନ୍ଦ୍ର ସରକାର ସ୍ୱୀକାର କରିଥିବା ବେଳେ ଦିଲ୍ଳୀ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ହାଇକୋର୍ଟ କହିଛନ୍ତି ଯେ ଆଇନରେ ସଂଶୋଧନ ନକଲେ ବିଚାର ବ୍ୟବସ୍ଥା ଉପରୁ ଲୋକମାନଙ୍କର ଆସ୍ଥା ଉଠିଯିବ ।