କନକ ବ୍ୟୁରୋ: ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତିକୁ ନିର୍ଦ୍ଦାରଣ ଏବଂ କାର୍ଯ୍ୟାନ୍ୱୟନରେ କଥିତ ଦୁର୍ନୀତି ମାମଲାରେ ଇଡି ଶୁକ୍ରବାର ବଡ କାର୍ଯ୍ୟାନୁଷ୍ଠାନ ନେଇଛି । କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଇଡି ଦିଲ୍ଲୀର ୨୫ରୁ ଅଧିକ ସ୍ଥାନରେ ସର୍ଚ୍ଚ ଅପରେସନ ଚଳାଇଛି । ସହରର ଅନେକ ବଡ ବଡ ମଦ ବ୍ୟବସାୟୀଙ୍କ ଘର ସହିତ ବିଭିନ୍ନ ସ୍ଥାନରେ ଛାପା ମାରିଛି ।
ଏହା ପୂର୍ବରୁ ସେପ୍ଟେମ୍ବର ୧୬ରେ ଇଡି ଦିଲ୍ଲୀ-ଏନସିଆର, ବେଙ୍ଗାଲୁରୁ, ହାଇଦ୍ରାବାଦ, ନେଲ୍ଲୋର ଏବଂ ଚେନ୍ନାଇ ସହିତ ଦେଶର ୪୦ଟି ସ୍ଥାନରେ ଛାପା ମାରିଥିଲା । ଏହାମଧ୍ୟରୁ କେବଳ ହାଇଦ୍ରାବାଦରେ ୨୫ଟି ସ୍ଥାନରେ ରେଡ କରାଯାଇଥିଲା । ଏହା ପରେ ଅକ୍ଟୋବର ୭ରେ ଦିଲ୍ଲୀ, ପଞ୍ଜାବ, ହାଇଦ୍ରାବାଦର ୩୫ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଛାପା ମାରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/ed-1657868481-1662440010-1.jpeg)