ଅକ୍ସିଜେନ୍ ଯୋଗାଣ ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପ୍ରଥମ ଥର ପାଇଁ ଦିଲ୍ଲୀ ପାଇଲା ୭୩୦ ମେଟ୍ରିକ ଟନ୍ ଅକ୍ସିଜେନ୍ ।

107

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେଜ୍ରିୱାଲ । ମେ ୫ତାରିଖରେ ଜାତୀୟ ରାଜଧାନୀ ଦିଲ୍ଲୀ ୭୩୦ ମେଟ୍ରିକ ଟନ୍ ଅକ୍ସିଜେନ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେଜ୍ରିୱାଲ । ଏକ ଚିଠି ମାଧ୍ୟମରେ କେଜ୍ରିୱାଲ କହିଛନ୍ତି ପ୍ରଥମ ଥର ପାଇଁ ଦିଲ୍ଲୀ ୭୦୦ଟନରୁ ଅଧିକା ଜୀବନ ରକ୍ଷାକାରୀ ଗ୍ୟାସ ପାଇଛି । ଦିଲ୍ଲୀ ପ୍ରତିଦିନ ପ୍ରାୟ ୭୦୦ଟନରୁ ଅଧିକା ଅକ୍ସିଜେନ ଆବଶ୍ୟକ କରୁଥିବା ବେଳେ ଅକ୍ସିଜେନ ଯୋଗାଣ ପାଇଁ କେନ୍ଦ୍ର ନିକଟରେ ଦାବି ଜଣାଇଥିଲେ କେଜ୍ରିୱାଲ ।

ପ୍ରଥମ ଥର ପାଇଁ ଗତକାଲି ଦିଲ୍ଲୀ ୭୩୦ମେଟ୍ରିକ ଟନ ଅକ୍ସିଜେନ ଗ୍ୟାସ ପାଇଛି । ଯାହାକୁ ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରତ୍ୟେକ ଦିନ ଏହି ପରିମାଣର ଅକ୍ସିଜେନ ଯୋଗାଇଦେବାକୁ କେନ୍ଦ୍ରକୁ ଦାବି ଜଣାଇଥିଲେ କେଜ୍ରିୱାଲ । ଧନ୍ୟବାଦ ଜଣାଇବା ସହ ପ୍ରତ୍ୟେକ ଦିନ ଏହି ପରିମାଣର ଅକ୍ସିଜେନ ଯୋଗାଇଦେଲେ ଦିଲ୍ଲୀବାସୀ ଉପକୃତ ହେବେ ବୋଲି କହିଛନ୍ତି । ଦିଲ୍ଲୀରେ ସଂକ୍ରମଣର ହାର ବୃଦ୍ଧି ପାଉଥିବା ବେଳେ ଅକ୍ସିଜେନ ଅଭାବରୁ ଅନେକ ଲୋକଙ୍କର ପ୍ରାଣହାନୀ ହେଉଛି । ଅକ୍ସିଜେନ ପାଇଁ ଯେମିତି ଦିଲ୍ଲୀରେ ହାହାକାର ସୃଷ୍ଟି ହୋଇପଡ଼ିଛି । ତେବେ ଅକ୍ସିଜେନ ଅଭାବ ପୁରଣ କରିବା ପାଇଁ ବାରମ୍ବାର କେନ୍ଦ୍ର ସରକାରଙ୍କୁ କେଜ୍ରିୱାଲ ଦାବି ଜଣାଇ ଆସୁଥିଲେ ।