ଲଗାଣ ବର୍ଷାରେ ଦିଲ୍ଲୀର ହାଲ୍ ବେହାଲ୍ : ପାଣିରେ ବୁଡ଼ିଛି ଦିଲ୍ଲୀ ଏନସିଆର୍ , କାନ୍ଥ ପଡ଼ି ଭାଙ୍ଗିଛି ନୂଆ ନୂଆ ଗାଡ଼ି ।

237

ଦେଶର ରାଜଧାନୀ ଦିଲ୍ଲୀର ହାଲ୍ ବେହାଲ୍ । ଲଗାଣ ବର୍ଷାରେ ବୁଡ଼ିଛି ଦିଲ୍ଲୀ । ବୁଧବାର ସକାଳୁ ଦିଲ୍ଲୀରେ ତୁହାକୁ ତୁହା ବର୍ଷା ଲାଗିରହିଛି । ଲଗାଣବର୍ଷା କାରଣରୁ ଦିଲ୍ଲୀ ସଡ଼କ ପାଣି ପାଣି ହୋଇଯାଇଛି । ଯେଉଁଥିପାଇଁ ଠାଏଁ ଠାଏଁ ସ୍ଥାନରେ ପ୍ର୍ରବଳ ଟ୍ରାଫିକ୍ ଜାମ୍ ବି ଦେଖିବାକୁ ମିଳିଛି । ଗୋଟିଏ ପଟେ ଯାତାୟତରେ ବର୍ଷାପାଣି ବାଧକ ସାଜୁଥିବା ବେଳେ ଦିଲ୍ଲୀ ସାକେତ୍ ଅଞ୍ଚଳରେ କାନ୍ଥ ପଡ଼ିଯିବା କାରଣରୁ ଅନେକ ପାର୍କିଂ ହୋଇଥିବା ଗାଡ଼ି କ୍ଷତିଗ୍ରସ୍ଥ ହୋଇଛି । ଆଇଟିଓ , ମଦର ଡ଼େୟରୀ, ମୟୁର ବିହାର ଫେଜ୍-୨ , ସରାୟ କାଲେ ଖାନରୁ ଡ଼ିଏନଡ଼ି , ଶଶି ଗାର୍ଡ଼ନରୁ କୋଟଲା,ସୀମାପୁରୀରୁ ଦିଲସାଦ୍ ଗାର୍ଡ଼ନ, ମେଦାନ୍ ଗଢିରୁ ଏମବି ରୋଡ଼୍ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଅଞ୍ଚଳ ଜଳମଗ୍ନ ହୋଇଯାଇଛି ।

ପାଣି ଭିତରେ ଗାଡ଼ି ଗଡିବାରେ ବି ଅନେକ ଅସୁବିଧା ହେଉଛି । ଭାରୀ ଜାମ୍ କୁ ଦେଖି ଦିଲ୍ଲୀ ଟ୍ରାଫିକ୍ ପୁଲିସ୍ ଏବଂ ଗୁରୁଗ୍ରାମ୍ ଟ୍ରାଫିକ୍ ପୁଲିସ୍ ଆଲର୍ଟ ଜାରି କରିଛନ୍ତି । ପାଣିପାଗ ବିଭାଗ ଅନୁସାରେ , ଆଗାମୀ ୪ ରୁ ୫ ଦିନ ଭିତରେ ବର୍ଷାର ସମ୍ଭାବନା ରହିଛି ।

Comments are closed.