New Delhi: A woman wears an anti-pollution mask as smog covers the capital's skyline on Wednesday. Yesterday the air quality hit severe levels in New Delhi. PTI Photo by Shahbaz Khan(PTI11_8_2017_000013A)
ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ଦ୍ୱାରା ଛଡ଼ାଯାଇଥିବା ସାଟେଲାଇଟ୍ ଇମେଜ୍ ଉପରେ ନଜର ପକାଇଲେ ସ୍ଥିତିର ଗମ୍ଭୀରତା ବିଷୟରେ ଆପଣ ମଧ୍ୟ ଜାଣିପାରିବେ । ଚିତ୍ରରେ ଥିବା ଲାଲ୍ ଡଟ୍, ଭୟଙ୍କର ବିପଦର ଇସାରା ଦେଉଛି ।ଦୀପାବଳୀ ପୂର୍ବରୁ ଦିଲ୍ଲୀର ଏନସିଆରେ ଏବେଠୁ ବିଷାକ୍ତ ବାୟୁ ବହିବା ଆରମ୍ଭ କରିଦେଲାଣି । ଲଗାତର ଭାବେ ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ବଢି ଚାଲିଛି । ପ୍ରଦୂଷଣକୁ ଦେଖିଲେ ଏହା ମଧ୍ୟ ଅନୁମାନ କରାଯାଉଛି ଯେ ରାଜଧାନୀ ଦିଲ୍ଲୀ ପୁଣି ଥରେ ଗ୍ୟାସ ଚାମ୍ବର ପାଲଟିବ । ଏହାକୁ ନଜରରେ ରଖି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଚେତାବନୀ ଜାରି କରାଯାଇଛି । ପ୍ରଦୂଷଣର ମାତ୍ରା ଯୋଗୁଁ ଲୋକେ ମୁହଁରେ ମାସ୍କ ପିନ୍ଧି ବୁଲୁଥିବାର ଦେଖିବାକୁ ମିଳିଛି । ଦିନକୁ ଦିନ ଅଧିକ ପ୍ରଦୂଷିତ ହେଉଥିବା ରାଜଧାନୀକୁ ନେଇ ଚିନ୍ତିତ ହୋଇପଡିଛନ୍ତି ଦିଲ୍ଲୀବାସୀ।
Follow Us
/kanak/media/post_attachments/wp-content/uploads/2018/10/delhi-smog-7591.jpg)