ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ଗମ୍ଭୀର । ଦୀପାବଳୀ ପୂର୍ବରୁ ଅଣନିଶ୍ୱାସୀ ହୋଇପାରେ ଦିଲ୍ଲୀ: ନାସା
Kanak News is now on WhatsApp
Join and get latest news updates delivered to you via WhatsApp
ଦୀପାବଳୀ ପୂର୍ବରୁ ଦିଲ୍ଲୀର ଏନସିଆରେ ଏବେଠୁ ବିଷାକ୍ତ ବାୟୁ ବହିବା ଆରମ୍ଭ କରିଦେଲାଣି । ଲଗାତର ଭାବେ ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ବଢି ଚାଲିଛି । ପ୍ରଦୂଷଣକୁ ଦେଖିଲେ ଏହା ମଧ୍ୟ ଅନୁମାନ କରାଯାଉଛି ଯେ ରାଜଧାନୀ ଦିଲ୍ଲୀ ପୁଣି ଥରେ ଗ୍ୟାସ ଚାମ୍ବର ପାଲଟିବ । ଏହାକୁ ନଜରରେ ରଖି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଚେତାବନୀ ଜାରି କରାଯାଇଛି । ପ୍ରଦୂଷଣର ମାତ୍ରା ଯୋଗୁଁ ଲୋକେ ମୁହଁରେ ମାସ୍କ ପିନ୍ଧି ବୁଲୁଥିବାର ଦେଖିବାକୁ ମିଳିଛି । ଦିନକୁ ଦିନ ଅଧିକ ପ୍ରଦୂଷିତ ହେଉଥିବା ରାଜଧାନୀକୁ ନେଇ ଚିନ୍ତିତ ହୋଇପଡିଛନ୍ତି ଦିଲ୍ଲୀବାସୀ।