କନକ ବ୍ୟୁରୋ: ଦିଲ୍ଲୀ-ଏନସିଆରରେ ଲଗାତର ପ୍ରଦୂଷଣରସ୍ତର ବଢିବାରେ ଲାଗିଛି । ସ୍ଥାନୀୟ ଲୋକେ ମଧ୍ୟ ପ୍ରଦୂଷଣ ନେଇ ଅନେକ ଅସୁବିଧାର ସାମ୍ନା କରୁଛନ୍ତି । ପ୍ରଦୂଷଣସ୍ତର ବଢିବା ପରେ ନୋଏଡା ପ୍ରାଧୀକରଣ ସିଇଓ ଋତୁ ମାହେଶ୍ୱରୀ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବୈଠକରେ ୧୦ଟି ପ୍ରତିବନ୍ଧକ ଲଗାଯାଇଛି । ଜିଲ୍ଲାରେ ଥିବା ସମସ୍ତ ହଟ ମିକ୍ସ ପ୍ଲାଣ୍ଟ, ଆରଏସିକୁ ବର୍ତ୍ତମାନ ପାଇଁ ବନ୍ଦ ରଖାଯିବ । ବିଲ୍ଡିଂ ସାଇଟରେ ପ୍ରବେଶ ପଥରେ ଆଣ୍ଟି ସ୍ମଗ ଗନ ଲଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛିା ୫ ହଜାର ବର୍ଗମିଟର ଅଞ୍ଚଳରେ ସ୍ମଗ ଗନ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଏହା ଅନ୍ୟ ପ୍ରତିବନ୍ଧକକୁ ଶୀଘ୍ର ଲାଗୁ ପାଇଁ କୁହାଯାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us