କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀରେ ମଦ୍ୟପାନ କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ସରକାରଙ୍କ ତରଫରୁ ଖୁସି ଖବର ଶୀଘ୍ର ମିଳିବା ପାଇଁ ଯାଉଛି । କେଜ୍ରିୱାଲ ସରକାର ଶୀଘ୍ର ମଦର ହୋମ ଡେଲିଭରିକୁ ମଞ୍ଜୁରୀ ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଆୟକର ନିୟମରେ ପରିବର୍ତ୍ତନ କରିବା ସହ ମଦର ହୋମ ଡେଲିଭରି ପାଇଁ ମଞ୍ଜୁରୀ ଦେଇପାରନ୍ତି । ତେବେ କିଛି ସର୍ତ୍ତର ସହ ଏହାକୁ ଅନୁମତି ଦେଇପାରନ୍ତି । ନୂଆ ନିୟମ ଅନୁଯାୟୀ ଦୋକାନ ଗୁଡିକୁ ମଦର ହୋମ ଡେଲିଭରି ପାଇଁ ଅଧିକାର ଦିଆଯିବ । ଯେଉଁମାନଙ୍କ ପାଖରେ ଏଲ-୧୩ର ଲାଇସେନ୍ସ ଥିବ ସେହିମାନେ ହୋମ ଡେଲିଭରି କରିପାରିବେ । ଏହି ନିୟମ ଅନୁଯାୟୀ କେବଳ ଡେଲିଭରି ଘରେ ହୋଇପାରିବ । ଏହାଛଡା ଅନ୍ୟ କୌଣସି ସ୍ଥାନକୁ ଏହା ପଠାଯାଇପାରିବ ନାହିଁ । ପୂର୍ବରୁ ମଧ୍ୟ ଅନେକ ରାଜ୍ୟରେ ଏଭଳି ପ୍ରୟାସ କରାଯାଇଛି ।

Advertisment

ଦିଲ୍ଲୀ ଆୟକର ବିଭାଗ କିଛି ଦିନ କଳେ ପ୍ରସ୍ତାବ ଦେଇଥିଲା । ରାଜ୍ୟ ସରକାର ମଦର ହୋମ ଡେଲିଭରିକୁ ବୈଧ କରନ୍ତୁ । ସେହିଭଳି ଦିଲ୍ଲୀ ଆୟକର ନୀତି ୨୦୨୨-୨୩ରେ ବିକ୍ରେତାଙ୍କୁ ଦିଆଯାଉଥିବା ସମସ୍ତ ସୁବିଧାକୁ ବନ୍ଦ କରାଯାଉ । ଏହା ପରେ ଦିଲ୍ଲୀ କ୍ୟାବିନେଟ ଏହା ଉପରେ ନିଜର ନିଷ୍ପତ୍ତି ନେଇଛି । ୨୦୨୧ର ନିୟମ ଅନୁଯାୟୀ ଏଲ-୧୩ ଲାଇସେନ୍ସ ଥିବା ଦୋକାନଗୁଡିକୁ ଘରେ ଦେଶୀ, ବିଦେଶୀ ମଦ ପହଞ୍ଚାଇବାର ଅନୁମତି ରହିଛି । ତେବେ କେବଳ ଅର୍ଡର ମୋବାଇଲ ଆପ କିମ୍ବା ଅନଲାଇନ ପୋର୍ଟାଲର ମାଧ୍ୟମରେ କରାଯାଇପାରିବ । ଘର ବ୍ୟତିତ ଛାତ୍ରାବାସ, କାର୍ଯ୍ୟାଳୟ ବା ଅନ୍ୟ ସଂସ୍ଥାନରେ ଡେଲିଭରି ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଦିଲ୍ଲୀରେ ବର୍ତ୍ତମାନ ଥିବା ଆୟକର ନୀତିରେ ମଦ ଉପରେ ଅନେକ କଟକଣା ଲଗାଇଛି । ଚଳିତ ବର୍ଷ ୨୮ ଫେବ୍ରୁଆରୀରେ ଦିଲ୍ଲୀ ସରକାର ଭିଡ ଅଞ୍ଚଳ, କୋଭିଡ୍ ପ୍ରଭାବିତ ଅଞ୍ଚଳରେ କଟକଣା  ଉଲ୍ଲଙ୍ଘନ କାରଣରୁ ଦୋକାନରେ ଦିଆଯାଉଥିବା ସୁବିଧାକୁ ବନ୍ଦ କରିଥିଲେ । ଅପ୍ରେଲ ୨ରେ ସରକାର ମଦ ଦୋକାନରେ ୨୫ ପ୍ରତିଶତ ରିହାତି ପାଇଁ ଅନୁମତି ଦେଇଥିଲେ । ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଆନୁଯାୟୀ ୨୦୨୨-୨୩ ଅବକାରୀ ନୀତି ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାକୁ ଶୀଘ୍ର ଲାଗୁ କରାଯାଇପାରେ ।