ରାଜଧାନୀ ଦିଲ୍ଲୀରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଶାଲିମାର ବାଗରେ ଜଣେ ବ୍ୟକ୍ତି ନିଜର ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ମିଳିଥିବା ସୂଚନା ମୁତାବକ, ମୃତ ବ୍ୟକ୍ତିଙ୍କ ନାମ ହେଉଛି ମଧୁର । ସେ ପ୍ରଥମେ ୧୪ ବର୍ଷିୟ ଝିଅ ସମୀକ୍ଷା ଏବଂ ୬ ବର୍ଷିୟ ପୁଅ ଶ୍ରୀୟାଂସକୁ ଘରେ ତଣ୍ଟି ଚିପି ହତ୍ୟା କରିଥିଲେ । ପରେ ମେଟ୍ରୋ ଷ୍ଟେସନକୁ ଯାଇ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଏହି ଘଟଣା ରବିବାର ସନ୍ଧ୍ୟାରେ ଘଟିଛି । ଟ୍ରେନ୍ ଧାରଣାରେ ମୃତଦେହ ପଡି ରହିଥିବା କାରଣରୁ କିଛି ସମୟ ଧରି ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପୁଲିସ କହିବା ମୁତାବକ, ରବିବାର ସନ୍ଧ୍ୟା ୬ ଟା ୪୫ ରେ ଶାଲିମାର ବାଗ ଅଞ୍ଚଳରୁ କେହି ଫୋନ କରି ଏହି ଘଟଣା ବିଷୟରେ ଜଣାଇଥିଲେ ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘର ମଧ୍ୟରେ ଅଲଗା ଅଲଗା ଖଟରେ ପଡିଥିବା ୨ ଟି ପିଲାଙ୍କ ମୃତଦେହକୁ ଜବତ କରିଥିଲା । ପରେ ମେଟ୍ରୋ ଷ୍ଟେସନ ପୁଲିସ ଠାରୁ ପିତା ମଧୁରଙ୍କ ଆତ୍ମହତ୍ୟା ବିଷୟରେ ଜଣାପଡିଥିଲା । ଏହି ଅଘଟଣ ଘଟିବା ସମୟରେ ମଧୁରାଙ୍କ ପତ୍ନୀ ରୂପାଲି ଘରେ ନଥିଲେ । ସେ ବଜାରରେ ଥିଲେ ବୋଲି ତଦନ୍ତର ଜଣାପଡିଛି । ପୁଲିସ ସମସ୍ତ ମୃତଦେହକୁ ଜବତ କରିଥିଲା । କିନ୍ତୁ ମୃତଦେହ ନିକଟରୁ ଏବଂ ଘରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ । ମଧୁରଙ୍କ ମୋବାଇଲ ଫୋନ୍ ଏବଂ ସୋସିଆଲ ମିଡିଆ ଆକାଉଣ୍ଟରୁ ପୁଲିସ ଏହି ଘଟଣା ବିଷୟରେ ଜଣିବାକୁ ଚେଷ୍ଟା କରୁଛି । ମୃତକ ମଧୁରଙ୍କ ଏକ କାରଖାନା ଥିଲା। ଯାହା ୬ ମାସ ପୂର୍ବରୁ ବନ୍ଦ ହୋଇଯାଇଥିଲା । ସେବେଠାରୁ ସେ ମାନସିକ ଚିନ୍ତାରେ ଥିଲେ ବୋଲି ପତ୍ନୀ ରୂପାଲି କହିଛନ୍ତି । ମଧୁର ପୁଅ ଓ ଝିଅକୁ ଡାକ୍ତର ଏବଂ ଇଂଜିନିୟର କରିବାକୁ ଚାହୁଁଥିଲେ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ସ୍କୁଲ ଫି ବା ଦରମା ଦେବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା ଏହାକୁ ନେଇ ସେ ବିଚଳିତ ଥିଲେ । ଗତକାଲି ସନ୍ଧ୍ୟାରେ ମଧ୍ୟ ମଧୁର ନିଜ ପରିବାର ସହ ଜଳିଖିଆ କରିଥିବା ତାଙ୍କ ପତ୍ନୀ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/02/hn-1.jpg)
/kanak/media/post_attachments/wp-content/uploads/2020/02/madhur-jpg_1200x630xt-300x158.jpg)
/kanak/media/post_attachments/wp-content/uploads/2020/02/b9d0c8986ae8d4998c1c04fe2491f97d-300x185.jpg)