କନକ ବ୍ୟୁରୋ : ଦିଲ୍ଲୀ ମେଟ୍ରୋକୁ ନେଇ ଡିଏମଆରସି ଓ ସିଆଇଏସଏଫ ଅଧିକାରୀମାନଙ୍କ କମିଟି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ଦିଲ୍ଲୀ ମେଟ୍ରୋ ଟ୍ରେନରେ ଯାତ୍ରୀମାନେ ଦୁଇ ବୋତଲ ପର୍ଯ୍ୟନ୍ତ ମଦ ନେଇପାରିବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । କେବଳ ସିଲ୍ ବନ୍ଦ ଥିବା ୨ ବୋତଲ ମଦ ଯାତ୍ରୀମାନେ ନେଇପାରିବେ ବୋଲି କୁହାଯାଇଛି । ଏପର୍ଯ୍ୟନ୍ତ ମେଟ୍ରୋର ବିମାନନବନ୍ଦର ଲାଇନରେ ସିଲବନ୍ଦ ମଦ ନେଇପାରିବାକୁ ଅନୁମତି ଥିଲା । ଏବେ ଏହି ନୂଆ ଆଦେଶ ଦିଲ୍ଲୀର ସମସ୍ତ ମେଟ୍ରୋ ଲାଇନ ଉପରେ ଲାଗୁ ହୋଇଗଲା । ହେଲେ ମେଟ୍ରୋରେ ମଦ୍ୟପାନ କରିବା ଓ ମଦ୍ୟପାନ କରି ଅସାମାଜିକ କାମ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦିଲ୍ଲୀ ମେଟ୍ରୋ ପକ୍ଷରୁ ଯାତ୍ରୀଙ୍କୁ ଚେତାବନୀ ଦିଆଯାଇଛି ।

Advertisment

ଦିଲ୍ଲୀର ମେଟ୍ରୋ ରେଳ କର୍ପୋରେଶନ ଏକ ବୟାନ ଜାରି କରି କହିଛି କି, ଏୟାରପୋର୍ଟ ଏକ୍ସପ୍ରେସ ଲାଇନ ପ୍ରାବଧାନ ଅନୁରୂପ ଦିଲ୍ଲୀର ସମସ୍ତ ମେଟ୍ରୋ ଲାଇନରେ ପ୍ରତି ବ୍ୟକ୍ତି ସର୍ବାଧିକ ୨ ବୋତଲ ସିଲ ବନ୍ଦ ମଦ ବୋତଲ ନେଇପାରିବେ ।