ଅଂସଯତ ପ୍ରେମୀଯୁଗଳଙ୍କୁ ଆକଟର ପାଠ ପଢାଇଲେ ମହିଳା । ମେଟ୍ରୋରେ ଅସଂଯତ ଅବସ୍ଥାରେ ଥିବା ପ୍ରେମୀଯୁଗଳଙ୍କୁ ଶିଷ୍ଟାଚାର ଶିଖାଇ ଭାଇରାଲ୍ ହେଲେ ମହିଳା , ଲୋକେ କରୁଛନ୍ତି ପ୍ରଶଂସା । 

1,558

ଦିଲ୍ଲୀର ମେଟ୍ରୋରେ ଯାତ୍ରା କରୁଥିବା ପ୍ରେମୀଯୁଗଳଙ୍କ ବିଭିନ୍ନ ଅସଂଯତ ଏବଂ ଅଶ୍ଲୀଳ ଭିଡିଓ ପ୍ରତିଦିିନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯାହା ବର୍ତ୍ତମାନର ଏକ ବଡ ସଂକଟ ରୁପରେ ଠିଆ ହୋଇଛି । ସମସ୍ତଙ୍କ ସାମ୍ନାରେ ଅଭଦ୍ରତାର ସୀମା ଟପି ଯାଉଛନ୍ତି ଯୁବାପିଢି ଯାହାର ଏକ ଭିଡିଓ ଏବେ ଭାଇରାଲ୍ ହେଉଛି । କିନ୍ତୁ ଏହି ଭିଡିଓରେ ଅଂସଯତାର ନୁହଁ ଆକଟର ଦୃଶ୍ୟ ଦେଖିବାକୁ ମିଳୁଛି । ଆଜ୍ଞା ହଁ , ମେଟ୍ରୋରେ ପ୍ରେମୀଯୁଗଳ ଙ୍କ ଅଂସଯତାରେ ଚିଡି ଜଣେ ପରିଣତ ବୟସର ମହିଳା ଦୁହିଁଙ୍କୁ ବାକ୍ୟବାଣରେ ସାବାଡ଼ କରିଛନ୍ତି ।

ଭିଡିଓରେ ଯେତେବେଳେ ମହିଳା ଜଣକ ଦୁହିଁଙ୍କୁ ଆକଟ କରୁଛନ୍ତି । ଯୁବତୀ ଜଣକ ତାଙ୍କୁ ସାବାଳିକା ଥିବା କଥା କହୁଛନ୍ତି ଯେଉଁ କଥାରେ ମହିଳା ଅଧିକ ଚିଡୁଛନ୍ତି ଏବଂ ପିଟିବିକି ବୋଲି ପଚାରୁଛନ୍ତି । ଅନ୍ୟପକ୍ଷରେ ବିବାଦ ବଢୁଥିବା ଦେଖି ମେଟ୍ରୋରେ ଥିବା ଲୋକମାନେ ମହିଳାଙ୍କୁ ଶାନ୍ତ ହେବାକୁ କହୁଛନ୍ତିି । କିନ୍ତୁ ମହିିଳା ଜଣକ ସଂସ୍କାର ଏବଂ ଶିଷ୍ଟାଚାରର କଥା କହି ଜନଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ଆଚରଣ ନ କରିବା ପାଇଁ ପ୍ରେମୀଯୋଡିଙ୍କୁ ଆକଟ କରୁଛନ୍ତି । ତେବେ ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆରେ ମହିଳାଙ୍କୁୁ ଖୁବ୍ ପ୍ରଶଂସା କରାଯାଉଛି ।