ଦିଲ୍ଲୀର ମହରୋଲୀରେ ଶୁକ୍ରବାର ମଧ୍ୟରାତ୍ରିରେ ଛାତି ଥରାଇଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଟ୍ୟୁସନ୍ ଶିକ୍ଷକ ନିଜ ସ୍ତ୍ରୀ ସମେତ ୩ ସନ୍ତାନକୁ ମଧ୍ୟ ହତ୍ୟା କରିଛି । ଉପେନ୍ଦ୍ର ଶୁକ୍ଲା ନାମକ ଏହି ଅଭିଯୁକ୍ତ ଅନେକ ଦିନରୁ ଅବସାଦରେ ଥିବା କାରଣରୁ ଏଭଳି ପଦକ୍ଷେପ ନେଇଥିବା କଥା କୁହାଯାଉଛି । ଅଭିଯୁକ୍ତ ଏତେ ଅବସାଦରେ ଥିଲା ଯେ କଟର୍ ସାହାଯ୍ୟରେ ସମ୍ପୁର୍ଣ୍ଣ ପରିବାରକୁ କାଟିବାର ସାହସ କରିଥିଲା । କୁହାଯାଉଛି କି ରାତି ୧ ସମୟରେ ଅଭିଯୁକ୍ତ ପରିବାରକୁ ହତ୍ୟା କରିଥିଲା । ଦିଲ୍ଲୀ ଡିସିପିଙ୍କ ସୂଚନା ମୁତାବକ ଅଭିଯୁକ୍ତ ହତ୍ୟା କରିବା ପରେ ଗୋଟିଏ ନୋଟ୍ ରେ ସମ୍ପୁର୍ଣ୍ଣ ପରିବାରକୁ ହତ୍ୟା କରିଥିବା କଥା ସ୍ୱୀକାର କରିଥିଲେ । ପୋଲିସ୍ କହିବାନୁସାର ଅଭିଯୁକ୍ତ ହତ୍ୟା କରିବା ପରେ ସ୍ୱୟଂକୁ ମଧ୍ୟ ଚାକୁରେ କ୍ଷତବିକ୍ଷତ କରିଥିଲା । ଏହାପରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଥିଲା ।
ଉପେନ୍ଦ୍ରଙ୍କ ସନ୍ତାନ ମଧ୍ୟରେ ଦୁଇ ଝିଅ ଏବଂ ଗୋଟିଏ ପୁଅ ଥିଲେ । ବଡ ଝିଅ ୭ ବର୍ଷର ହୋଇଥିବା ବେଳେ ସାନ ୫ ବର୍ଷ ଏବଂ ପୁଅ ୨ ମାସର ହୋଇଥିଲା । କଟରରେ ହତ୍ୟା କରୁଥିବା ବେଳେ ଅଭିଯୁକ୍ତକୁ ୨ ମାସର କୁନିପୁଅ ଉପରେ ମଧ୍ୟ ଦୟା ଆସିନଥିଲା । ପୋଲିସ୍ ଏନେଇ ଅଭିଯୁକ୍ତକୁ ପଚାରିବା ବେଳେ ଚିନ୍ତାରେ ଥିଲି ତେଣୁ ସମସ୍ତଙ୍କୁ ମାରିଦେବା କଥା ଅଭିଯୁକ୍ତ ବାରମ୍ବାର କହୁଥିଲା ।
DCP South Delhi: Upendra Shukla was staying in Mehrauli with his family and used to give private tuition. He murdered his wife and 3 children by slitting their throats.The knife used for committing the murders has been recovered.He has written a note admitting to the crime #Delhipic.twitter.com/oj0BpJqWWS
— ANI (@ANI) June 22, 2019
View image on Twitter
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/murder_1561183048_618x347.jpeg)
/kanak/media/post_attachments/wp-content/uploads/2019/06/murder-1_062219115933-300x243.jpg)