କନକ ବ୍ୟୁରୋ : ଦିଲ୍ଲୀ ନଗର ନିଗମ ମେୟର ନିର୍ବାଚନ ଫେବ୍ରୁଆରୀ ୧୬ରେ ଅନୁଷ୍ଠିତ ହେବ ନାହିଁ । ଏହି ମାମଲାରେ ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣି ଫେବ୍ରୁଆରୀ ୧୭ରେ ହେବ । ଶୀର୍ଷ ଅଦାଲତଙ୍କ କହିବା କଥା ସାମ୍ବିଧାନିକ ଧାରାରୁ ଏହା ସ୍ପଷ୍ଟ ହେଉଛି ଯେ, ମନୋନୀତ କାଉନସିଲରଙ୍କ ଭୋଟଦାନର ଅଧିକାର ନାହିଁ । ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି, ମନୋନୀତ କାଉନସିଲର ମେୟର ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ।
ସମ୍ବିଧାନରେ ଏନେଇ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ଉପରାଜ୍ୟପାଳଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ସଞ୍ଜୟ ଜୈନ ପକ୍ଷ ରଖିଥିଲେ । ସେ କହିଥିଲେ ଫେବ୍ରୁଆରୀ ୧୬ରେ ନିର୍ବାଚନ ଅନୁଷ୍ଠିତ ହେଉଛି । ତେବେ ମନୋନୀତ ସଦସ୍ୟଙ୍କ ଭୋଟଦାନ ନେଇ ଆମେ ତର୍କ ରଖିବାକୁ ଚାହୁଁଛୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/Supreme-Court-iStock-1-5.jpg)