ଚିନ୍ତା ବଢାଇଦେଲା ମେଡିକାଲ ବିଲ୍ । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ କରୋନା ରୋଗୀଙ୍କ ବିଲ ଆସିଲା ୧.୮ କୋଟି ଟଙ୍କା

245

ଦେଶର ରାଜଧାନୀ ଦିଲୀସ୍ଥିତ ମ୍ୟାକ୍ସ ହସ୍ପିଟାଲ ଜଣେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୧.୮ କୋଟି ଟଙ୍କାର ବିଲ ଦେବା ଘଟଣାକୁ ନେଇ ବିବାଦ ଦେଖା ଦେଇଛି। ଏହି ବିବାଦ ପରେ ମ୍ୟାକ୍ସ ହସ୍ପିଟାଲ ସଫେଇ ଦେଇଛି।

ହସ୍ପିଟାଲ ସୂତ୍ରରୁପ୍ରକାଶ, ରୋଗୀ ଡିସଚାର୍ଜ ହେବାପରେ ରୋଗୀ ଓ ତାଙ୍କ ପରିବାର ଚିକିତ୍ସାକୁ ନେଇ ସନ୍ତୁଷ୍ଟ ଥିଲେ। ଏଥିସହିତ ଚିକିତ୍ସା ଖର୍ଚ୍ଚକୁ ନେଇ ତାଙ୍କୁ ବାରମ୍ବାର ସୂଚନା ବି ଦିଆଯାଉଥିଲା ।

ମ୍ୟାକ୍ସ ହସ୍ପିଟାଲ କହିଛି, ରୋଗୀଙ୍କୁ ଏପ୍ରିଲ ୨୮ ତାରିଖରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏଥିସହିତ ରୋଗୀଙ୍କୁ ନିମୋନିଆ ବି ହୋଇଥିଲା। ସେଥିପାଇଁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବହୁତ ଖରାପ ରହିଥିଲା। ମଇ ୧୦ ତାରିଖରେ ରୋଗୀଙ୍କୁ ଇକମୋ ମ୍ୟାସିନ ଲଗାଯାଇଥିଲା। ତାଙ୍କୁ ୨୫ଦିନ ପର୍ଯ୍ୟନ୍ତ ଇକମୋ ମ୍ୟାସିନରେ ରଖାଯାଇଥିଲା। ଜୁଲାଇ ୨୩ ତାରିଖରେ ମ୍ୟାସିନ ରୋଗୀଙ୍କ ଠାରୁ ବାହାର କରାଯାଇଥିଲା। ଅଗଷ୍ଟ ୧୬ ପର୍ଯ୍ୟନ୍ତ ରୋଗୀଙ୍କୁ ଆୟୁସିୟୁରେ ରହିବାକୁ ପଡ଼ିଥିଲା। ଦେଖିବାକୁ ଗଲେ  ପାଖାପାଖି ସାଢ଼େ ୪ମାସ ରହି ଚିକିତ୍ସିତ ହେବାପରେ  ସେପ୍ଟେମ୍ବର ୬ ତାରିଖରେ ତାଙ୍କୁ ଡିସଚାର୍ଜ କରାଗଲା।

ଏହିସମୟରେ ରୋଗୀଙ୍କ ପରିବାରଲୋକଙ୍କୁ ଡାକ୍ତରଖାନା ପକ୍ଷରୁ ୧କୋଟି ୬୦ଲକ୍ଷ ଟଙ୍କାର ବିଲ ଧରା ଯାଇଥିଲା।
ଏତେଗୁଡାଏ ଟଙ୍କାର ବିଲ ପାଇବା ପରେ ବିଚଳିତ ହୋଇପଡ଼ିଥିଲେ ରୋଗୀଙ୍କ ପରିବାର। ମାଲବିୟ ନଗରର ବିଧାୟକ ତଥା ଆମ ଆଦମୀ ପାର୍ଟି ନେତା ସୋମନାଥ ଭାରତୀଙ୍କ ନିକଟକୁ ଯାଇଥିଲେ।

ରୋଗୀଙ୍କ ପରିବାରଲୋକଙ୍କ ଠାରୁ ଏଭଳି କଥା ଶୁଣିବା ପରେ ସୋମନାଥ ହସ୍ପିଟାଲକୁ ପ୍ରଶ୍ନ କରିଛନ୍ତି କି କରୋନା ରୋଗୀଙ୍କ ଶରୀରରେ ଏମିତି କ’ଣ ଲାଗିଲା କି ଏତେ ଟଙ୍କାର ବିଲ ଆସିଲା। ରୋଗୀଙ୍କ ପରିବାରର ସ୍ଥିତିକୁ ଦେଖି ଏହି ବିଲରେ କିଛି ରିହାତି କରିବାକୁ ସେ କହିଛନ୍ତି।