ଦିଲ୍ଲୀ ହିଂସା : ମୋଜପୁରରେ ୮ ରାଉଣ୍ଡ ଗୁଳି ଚଳାଇଥିବା ଯୁବକକୁ ଗିରଫ କଲା ପୋଲିସ୍ , ହିଂସାରେ ୪ ନାଗରିକ ଏବଂ ଜଣେ ହେଡ୍ କନେଷ୍ଟବଳଙ୍କ ମୃତ୍ୟୁ । 

460

ଦିଲ୍ଲୀର ମୋଜପୁରରେ ସୋମବାର ୮ ରାଉଣ୍ଡ ଗୁଳି ଚଳାଇଥିବା ଯୁବକଙ୍କ ପରିଚୟ ପାଇସାରିଛି ପୋଲିସ୍ । ଅଭିଯୁକ୍ତ ଜଣକ ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ନାଁ ଶାହରୁଖ୍ ବୋଲି ଜଣାପଡିଛି । ଗତକାଲି ମୋଜପୁରରେ ସିଏଏ ସମର୍ଥକ ଏବଂ ବିରୋଧୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା ଯାହାର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଉକ୍ତ ଯୁବକ ହାତରେ ବନ୍ଧୁକ ଧରି ଫାୟାରିଙ୍ଗ୍ କରୁଥିବା ଦେଖାଯାଇଥିଲା । ଏହି ଫାୟାରିଙ୍ଗ୍ ମୋଜପୁରରୁ ଜାଫରାବାଦ୍ ଯାଉଥିବା ସଡ଼କ ଉପରେ ହୋଇଥିଲା ।

ଆଶ୍ଚର୍ଯ୍ୟର କଥା ହେଉଛି ଉକ୍ତ ଯୁବକ ପୋଲିସ୍ ଆଗରେ ୮ ରାଉଣ୍ଡ ଗୁଳି ଚଳାଇଥିଲା । ପୋଲିସ୍ କର୍ମଚାରୀ ଯୁବକକୁ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କାହାରି କଥା ନ ଶୁଣି ଫାୟାରିଙ୍ଗ୍ କରୁଥିଲା । ସୋମବାର ଦୁଇ ଦଳ ମଧ୍ୟରେ ପଥରମାଡ଼ ହେବା ସହ ଅନେକ ଗାଡିରେ ମଧ୍ୟ ନିଆଁ ଲଗାଇଥିଲେ ଦୁର୍ବୃତ୍ତ । ଏଥିରେ ଜଣେ ହେଡ୍ କନେଷ୍ଟବଳ ଏବଂ ୩ ଜଣ ନାଗରିକଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଛି । ପରିସ୍ଥିତିକୁ ଦେଖି ଉକ୍ତ ସ୍ଥାନରେ ସୁରକ୍ଷାକୁ ବଢାଇ ଦିଆଯାଇଛି ।