ଭୟଙ୍କର ଖରାରେ ଗରୀବଙ୍କ ଦେବତା ପାଲଟିଛନ୍ତି ୬୯ ବର୍ଷୀୟ ନଟରାଜନ୍ : ପ୍ରତିଦିନ ୭୦ଟି ମାଠିଆ ଯୋଗେ ତୃଷାର୍ତ୍ତଙ୍କୁ ମାଗଣାରେ ଯୋଗାନ୍ତି ଥଣ୍ଡା ପାଣି

48

ଭୟଙ୍କର ଗରମରେ ଦିଲ୍ଲୀର ଗଳିରେ ରିକ୍ସାବାଲା, ଫେରିବାଲା ଓ ସଫେଇକର୍ମୀଙ୍କ ଗୋଟିଏ ଇଚ୍ଛା ଥାଏ, କିଏ ଗୋଟିଏ ଗ୍ଲାସ ପାଣି ପିଆଇ ତାଙ୍କର ଶୋଷ ମେଣ୍ଟାଉ । କାହିଁକିନା ତାଙ୍କ ପାଖରେ ଏତେ ଟଙ୍କା ନଥାଏ କି ସେମାନେ କିଣିକି ପାଣି ପିଇପାରିବେ । ଦିଲ୍ଲୀର ଅନେକ ସ୍ଥାନରେ ପାଣି ଭର୍ତ୍ତି ମାଠିଆ ଦେଖିବାକୁ ମିଳେ, ଯେଉଁଠି ଯେକେହି ନିଜର ଶୋଷ ମେଣ୍ଟାଇପାରିବ । ଏହି ମାଠିଆ ଗୁଡିକୁ ୬୯ ବର୍ଷୀୟ ଜଣେ ବୃଦ୍ଧଙ୍କ ସୈାଜନ୍ୟରେ ରଖାଯାଇଛି, ଯିଏ ପ୍ରତିଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠନ୍ତି ଓ ନିଜ ଭ୍ୟାନରେ ଏହି ଅଂଚଳକୁ ଯାଇ ୭୦ଟି ମାଠିଆରେ ପାଣି ଭରନ୍ତି । କୈାଣସି ଗରୀବ ବ୍ୟକ୍ତି ଶୋଷିଲା ନରହୁ ସେଥିପାଇଁ ସେ ସହରର ବିଭିନ୍ନ ଅଂଚଳରେ ମାଠିଆ ରଖନ୍ତି ।

ଦିଲ୍ଲୀରେ ମାଠିଆବାଲା ନାମରେ ପରିଚିତ ଅଲଗରତ୍ନମ ନଟରାଜନଙ୍କୁ ଯେତେବେଳେ ଅନୁଭୂତ ହେଲା କି ଦେଶର ରାଜଧାନୀରେ ସମସ୍ତଙ୍କୁ ପିଇବା ପାଇଁ ଥଣ୍ଡା ପାଣି ଉପଲବ୍ଧ ନାହିଁ । ସେଥିପାଇଁ ସେ ନିଜ ଘର ବାହାରେ ଏକ ୱାଟର-କୁଲର୍ ଲଗାଇଦେଲେ । ନଟରାଜନ୍ ବ୍ରିଟେନରୁ ଦିଲ୍ଲୀ ଆସି ଏହି ସାମାଜିକ ସେବା କାର୍ଯ୍ୟରେ ଜଡିତ ଅଛନ୍ତି । ସେ ଲଣ୍ଡନର ଅକ୍ସଫୋର୍ଡ ଷ୍ଟ୍ରିଟ୍ ରେ କାର୍ନର ଷ୍ଟୋର ଚଳାନ୍ତି ।

ତାଙ୍କ ପାଇଁ ଏହା ନିତିଦିନିଆ କାମ କି ସେ ସକାଳେ ମାଠିଆରେ ପାଣି ଭରିବା । ପ୍ରାରମ୍ଭିକ ଦିନରେ ଲୋକ ଭାବୁଥିଲେ କି ତାଙ୍କୁ ଦିଲ୍ଲୀ ସରକାର ଏହି କାମ ପାଇଁ ନିଯୁକ୍ତ କରିଛନ୍ତି । ହେଲେ ନଟରାଜନଙ୍କୁ ନା ଏନଜିଓ ଠାରୁ ସହାୟତା ମିଳୁଛି ନା ତାଙ୍କର କୈାଣସି ସରକାର ପ୍ରାୟାଜିତ ସଂସ୍ଥା । ସେ ନିଜର ପେନସନ୍ ଓ ଜମା ପାଣ୍ଠିରେ ଏହି କାମ କରୁଛନ୍ତି । ନଟରାଜନ୍ ଗରୀବଙ୍କୁ କେବଳ ପାଣି ହିଁ ଯୋଗାଇ ଦିଅନ୍ତିନି ବରଂ ଭୋଜନ ଓ ଫଳ ମଧ୍ୟ ବାଣ୍ଟନ୍ତି ।