କନକ ବ୍ୟୁରୋ : କ୍ରାଇମ୍ କ୍ୟାପିଟାଲ ଦିଲ୍ଲୀରେ ଆଉ ଏକ ଜଘନ୍ୟ ହତ୍ୟା । ଶ୍ରଦ୍ଧା ୱାକର ପରେ ଏବେ ପୁଣି ଆଉ ଏକ ହତ୍ୟାକାଣ୍ଡ । ଲିଭ ଇନ୍ ପାର୍ଟନର ହତ୍ୟା ପରେ ଫ୍ରିିଜରେ ରଖିଥିଲା ଦିଲ୍ଲୀର ଯୁବକ । ଦିଲ୍ଲୀ ନଜଫଗଡର ମିତ୍ରାଓଁ ଗାଁ ନିକଟରେ ଥିବା ଏକ ଢାବାର ଫ୍ରିଜରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ଘଟଣାରେ ସମ୍ପୃକ୍ତି ନେଇ ଉତ୍ତର ଦିଲ୍ଲୀର ଯୁବକ ସାହିଲ ଗେହଲଟକୁ ପୁଲିସ ଅଟକ ରଖି ଜେରାକରୁଛି । ସାହିଲ ତାର ଲିଭ ଇନ୍ ପାର୍ଟନର ନିକ୍କି ଯାଦବଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

Advertisment

କାରର ମୋବାଇଲ ଡାଟା କେବୁଲ ବ୍ୟବହାର କରି ନିକିଙ୍କୁ ହତ୍ୟା କରିଥିଲା । ଏହାପରେ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ନିଜ ଫ୍ରିଜରେ ରଖିଥିଲା ସାହିଲ । ପୁଲିସ ମଙ୍ଗଳବାର ଢାବାରେ ପହଞ୍ଚି ଫ୍ରିଜରୁ ଯୁବତୀଙ୍କ ଶରୀରର କଟାଖଣ୍ଡ ସବୁ ଉଦ୍ଧାର କରିଛି । ନିକ ଯାଦବ ଓ ସାହିଲ ଗେହଲଟ ଉଭୟ ଲିଭଇନରେ ରହୁଥିବା ବେଳେ ନିକି ବିବାହ ପ୍ରସ୍ତାବ ପ୍ରତ୍ୟାଖାନ କରିବାରୁ ସେ ଏହି ହତ୍ୟା କରିଥିବା କୁହାଯାଉଛି । ସେପଟେ ହତ୍ୟାକାଣ୍ଡ ଦିନ ଅନ୍ୟ ଜଣେ ମହିଳାଙ୍କୁ ସାହିଲ ବିବାହ କରିଥିବା ଜଣାପଡିଛି । ପୁଲିସ ଏହି ହତ୍ୟାକାଣ୍ଡ ମାମଲାରେ ସାହିଲକୁ ଅଟକ ରଖି ଜେରା କରୁଛି ।

ଶ୍ରଦ୍ଧା ମୃତ୍ୟୁର ପୁନଃରାବୃତ୍ତି
ଲିଭ୍-ଇନ୍ ପ୍ରେମିକାକୁ ହତ୍ୟା

- ପ୍ରେମିକାକୁ ମୋବାଇଲ୍ କେବୁଲରେ ତଣ୍ଟି ଚିପି ହତ୍ୟା
- ହତ୍ୟା କରି ଫ୍ରିଜରେ ମୃତଦେହ ଲୁଚାଇଥିଲା ଜହ୍ଲାଦ ପ୍ରେମିକ
- ହରିଆଣା, ଝଜ୍ଜର ଜିଲ୍ଲାର ୨୨ ବର୍ଷୀୟ ଯୁବତୀ ନିକ୍କିର ହତ୍ୟା
- ଅଭିଯୁକ୍ତ ପ୍ରେମିକ ସାହିଲକୁ ବାନ୍ଧିଲା ଦିଲ୍ଲୀ ପୋଲିସ
- ୨୦୧୮ ମସିହାରେ ଦିଲ୍ଲୀର ସାହିଲଙ୍କ ସମ୍ପର୍କରେ ଆସିଥିଲେ ନିକ୍କି
- ପ୍ରଥମେ ବନ୍ଧୁତା ପରେ ପ୍ରେମରେ ପଡିଥିଲେ ସାହିଲ-ନିକ୍କି
- ଦିଲ୍ଲୀରେ ଲିଭ-ଇନ୍ ମଧ୍ୟ ରହୁଥିଲେ
- ସାହିଲଙ୍କ ବିବାହ ତାଙ୍କ ଘରଲୋକ ଅନ୍ୟତ୍ର ଠିକ୍ କଲେ
- ପ୍ରେମିକର ବିବାହ କଥା ଜାଣିବାକୁ ପାଇଲେ ନିକ୍କି
- ଫେବ୍ରୁଆରୀ ୯ରେ ନିକ୍କିକୁ ଦେଖାକରିବାକୁ ଡାକିଥିଲା ସାହିଲ
- ନିକ୍କି, ସାହିଲକୁ ଗୋଆ ଯିବାକୁ କହୁଥିଲା
- ଫ୍ଲାଇଟ୍ ଟିକେଟ୍ ମଧ୍ୟ ବୁକ୍ କରିଥିଲା ନିକ୍କି
- ହେଲେ ସାହିଲର ବିବାହ କଥା ଜାଣିବାକୁ ପାଇଲା
- ବିବାହ କଥାକୁ ନେଇ ସାହିଲ ଓ ନିକ୍କି ଭିତରେ ଝଗଡା
- ରାଗରେ ନିକ୍କିର ହତ୍ୟା କରିଥିଲା ସାହିଲ
- ହତ୍ୟା ପରେ କାରରେ ୪୦ ମିନିଟ୍ ଧରି ବୁଲିଥିଲା
- ଏକ ବନ୍ଦ ଢାବାର ଫ୍ରିଜରେ ଲୁଚାଇଥିଲା ମୃତଦେହ
- ୧୦ ଫେବ୍ରୁଆରୀରେ ଘରଲୋକଙ୍କ ଇଚ୍ଛାରେ କରିଥିଲା ବିବାହ