୨୫ ହଜାର ଚାଲାଣ୍ କାଟିବାକୁ ନେଇ ରାଗିଗଲେ ମଦ୍ୟପ ଚାଳକ ! କ୍ରୋଧରେ ଆସି ଗାଡିରେ ଲଗାଇଦେଲେ ନିଆଁ ।

4,156

ଦେଶରେ ସରକାରନୂଆ ମୋଟର୍ ଯାନ ଆଇନକୁ ମଞ୍ଜୁରୀ ଦେଲାପରେ ଆକ୍ସନକୁ ଆସିଯାଇଛନ୍ତି ଟ୍ରାଫିକ୍ ପୋଲିସ୍ । ଯାତାୟତ ସମୟରେ ନିୟମ ଉଲ୍ଲଘଂନ କଲେ କିମ୍ବା ଗାଡିର କାଗଜପତ୍ର ସଠିକ୍ ନଥିଲେ ମୋଟାଅଙ୍କର ଜରିମାନା ଭରୁଛନ୍ତି ଚାଳକ । ବସ୍ ,ଟ୍ରକ୍ , ବାଇକ୍ ଠାରୁ ଆରମ୍ଭ କରି ଅଟୋ, ଟ୍ରାକ୍ଟର ସବୁ ଏବେ ଭରୁଛନ୍ତି ତଣ୍ଡ । ଗାଡିଦର ଠାରୁ ଅଧିକ ଜରିମାନା ଭରି ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ । ଟ୍ରାଫିକ୍ ପୋଲିସ୍ ର ଏହି କଠୋରତା ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି । ଚାଲାଣ  ଡରରେ କିଏ ସାଇକେଲ୍ ଚଲାଇଲାଣି ତ ଆଉ କିଏ ଗାଡି ଧରି ପାଦରେ ଚାଲି ଯିବାକୁ ବାଧ୍ୟ ହେଉଛନ୍ତି । କିଏ କିଏ ପୋଲିସ୍ ସାମ୍ନାରେ କାନ୍ଦିବୋବାଇ ଛାଡିଦେବାକୁ  ନେହୁରା ହେଉଛନ୍ତି । ତେବେ ଏସବୁ ଭିତରେ ଏବେ ଚକିତ କରିଦେଲା ଭଳି ଏକ ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳରେ ଘଟିଛି ଏହି ଘଟଣା । ଏହି ଅଞ୍ଚଳରେ ଗତକାଲି ଜୋରସୋରରେ ଟ୍ରାଫିକ୍ ଚେକିଙ୍ଗ୍ ଚାଲିଥିଲା । ଏହି ସମୟରେ ଜଣେ ମଦ୍ୟପ ଚାଳକ ଗାଡି ଚଲାଉଥିବା ବେଳେ ପୋଲିସ୍ ହାବୁଡରେ ଧରା ପଡିଥିଲେ ଏବଂ ତାଙ୍କ ନାଁରେ ଲାଗିଥିଲା ୨୫ ହଜାର ଟଙ୍କାର ଜରିମାନା । ତେବେ ଚାଲାଣ୍ କଟାଯିବାକୁ ନେଇ ରାକେଶ୍ ନାମକ ଏହି ବାଇକ୍ ଚାଳକ ଏତେ ରାଗିଯାଇଥିଲେ ଯେ କ୍ରୋଧରେ ଆସି ଟାଙ୍କିରୁ ତେଲ ବାହାର କରି ବାଇକ୍ ଉପରେ ଢାଳି ନିଆଁ ଲଗାଇଦେଇଥିଲେ ।

ତେବେ ସେଠାରେ ଉପସ୍ଥିତ ଥିବା ଲୋକ ଏବଂ ପୋଲିସ୍ ବାଇକ୍ ଚାଳକଙ୍କ ଏଭଳି ବ୍ୟବହାରକୁ ଦେଖି ଆଶ୍ଚଯ୍ୟ ହୋଇଯାଇଥିଲେ । ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିଲା ବେଳକୁ ଗାଡି ପୋଡି ପାଉଁଶ ହୋଇଯାଇଥିଲା । ସ୍ଥାନୀୟ ପୋଲିସ୍ ରାକେଶଙ୍କ ବିରୁଦ୍ଧରେ ଆଇପିସି ଧାରା ୪୫୩ ରେ ଏଲତା ଦେଇକ୍ତି । ପୋଲିସ୍ ର କହିବାନୁସାରେ , ରାକେଶ୍ ବାହନ ଚେକିଙ୍ଗ୍ ସମୟରେ ମଦ୍ୟପାନ କରିଥିଲେ । ବର୍ତ୍ତମାନ ରାକେଶ୍ ଙ୍କ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ଥାନାରେ ରଖାଯାଇଛି ।